ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ପରିସରରେ ଦୀନ ଦୟାଲ ଉପା୍ମୟା ଗ୍ରାମୀଣ କୌଶଳ୍ୟ ଯୋଜନାରେ ବ୍ଳକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ସୌଜନ୍ୟ ଓରମାସ, ଡି, ଆର.ଡି, ଏ ପୁରୀ ରହିଥିବା ବେଳେ ଆୟୋଜକ ଓଡିଶା ଜୀବିକା ମିଶନ ସତ୍ୟବାଦୀ । ଏହି ପରମର୍ଶ ଶିବିରରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ନିତିରଞ୍ଜନ ସେନ୍ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହିଯୋଜନାରେ ବହୁ ବେକାର ଯୁବକ ଯୁବତୀ ରୋଜଗାର କ୍ଷମ ହୋଇ ପାରିଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ସେହିପରି ବ୍ଳକ ଅ୍ମକ୍ଷା ସସ୍ମିତା ପ୍ରଧାନ ଯୋଗଦେଇ ନିଜ ନିଜ ମନ ଅନୁସାରେ ଯୋଜନା ସମ୍ପର୍କରେ ବୁଝି ବିଚାର କରି ଚୟନ କରିବା ଦରକାର ବୋଲି କହିଥିଲେ । ଅନ୍ୟ ମାନଙ୍କ ମ୍ମରେ ଓରମାସର ଡେପୁଟି ସି,ଇ, ଓ ପ୍ରଶାନ୍ତ କୁମାର ଦାଶ, ବିଡିଓ କ୍ଷୀରୋଦ କୁମାର ବେହେରା, ଅତିରିକ୍ତ ବିଡିଓ ସାରଦା ପ୍ରସନ୍ନ ମହାନ୍ତି, ଓରମାସର ଜିଲ୍ଲା ସଂଯୋଜକ ପିୟ ରଞ୍ଜନଙ୍କ ଉପସ୍ଥିତରେ ଶିବିରଟିକୁ ଉଦଘାଟନ କରିଥିଲେ । ଓଡିଶା ଜୀବିକା ମିଶନ ସତ୍ୟବାଦୀ ବ୍ଳକ ପ୍ରକଳ୍ପର ପରିଚାଳିକା ଶାଶ୍ୱତୀ ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧାରୁ ପ୍ରାୟ ୯ ଗୋଟି ଅନୁଷ୍ଠାନ ଯୋଗଦେଇ ସେମାନଙ୍କ କାର୍ଯ୍ୟବଳୀ ସମ୍ପର୍କରେ ମତ ରଖିଥଲେ । ଆଜିରଏହି ନିଯୁକ୍ତି ପରାମର୍ଶ ଶିବିରରେ ୧୩୪ ଜଣ ଯୁବକ ଯୁବତୀ ମାନେ ନାମ ପଞ୍ଜୀକରଣ କରିଥବା ସତ୍ୟବାଦୀ ବ୍ଳକର ଦକ୍ଷତା ବିକାଶ ସଂଯୋଜକ ଲେପାମୁଦ୍ରା ଜେନାଙ୍କ ଠାରୁ ସୁଚନା ମିଳିଛି । ବ୍ଳକ ଜୀବିକା ସଂଯୋଜିକା ଜୋସ୍ନାରାଣି ମିଶ୍ର, ସୁଶ୍ରୀ ଏøଶ୍ୟରିୟ ମହାନ୍ତି, ଅଜୟ ପ୍ରଧାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନକରିବା ସହ ଧନ୍ୟବାଦ ଦେଇଥିଲେ । ସାମାଜିକ କର୍ମୀ ଶଙ୍କର ପ୍ରଧାନ, ସୁବାଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୧------୯,୧୦




