ads

Breaking News

ରଜତ ମୋମରିଆଲ କ୍ରିକେଟ ଟ୍ରଫି; ଅରାଗଡ ଦଳ ଓ ଖୁରୁଧାମଲ୍ଲ ଦଳ ମ୍ୟାଚ ବିଜୟୀ


 ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅରାଗଡ ଗ୍ରାମରେ ରଜତ ମେମୋରିଆଲ ଟ୍ରଫି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।ଏହି ମ୍ୟାଚର ଆୟୋଜକ ଅରାଗଡ ଏମସିସି ଏବଂ  ଆଦର୍ଶ ଟ୍ରଷ୍ଟ । ଚତୁର୍ଥ ଦିନର ପ୍ରଥମ ମ୍ୟାଚଟି ଅରାଗଡ  କ୍ରିକେଟ ଦଳ ସହିତ ଗୋବିନ୍ଦପୁର କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ଅରାଗଡ ଦଳ ପିଲିଡିଂ କରିବା ପାଇଁ ନିସ୍ପତି ନେଇଥିଲା । ଗୋବିନ୍ଦପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୭ ଓଭରରେ  ୯ ଉଇକେଟ ହରାଇ ୮୫ ରନ ସଂଗ୍ରହ କରିଥିଲେ । ଜବାବରେ ଅରାଗଡ  ଦଳ ୭ଓଭର ୩ଟି ବଲରେ ୫ ଉଇକେଟ ହରାଇ ୮୭ ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚକୁ ଅରାଗଡ ଦଳ ୫ ଉଇକେଟରେ ଜିତିଥିଲା । ତପନ ମାଝୀ ମ୍ୟାନ ଅଫଦି ମ୍ୟାଚ ଭାବେ ବିବେଚିତ ହୋଇଥିଲେ । ନେତ୍ରନନ୍ଦ ମାଝୀ ଓ ଶଙ୍କର ସାମନ୍ତରାୟ ମ୍ୟାଚକୁ ପରିଚାଳନା କରିଥିଲେ । ସ୍କୋରର ଭାବେ ନରସିଂହ ସ୍ୱାଇଁ ରହିଥିଲେ । ସେହିପରି ଦୁତୀୟ ମ୍ୟାଚଟି ଓଗାଳପଡା ଦଳ ସହିତ ଖୁରଧାମଲ୍ଲ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ଓଭାଳପଡା କ୍ରିକେଟ ଦଳ ୧୭ ଓଭରରେ ସମସ୍ତ ଉଇକେଟ ହରାଇ ୯୬ ରନ ସଂଗ୍ରହ କରିଥିଲେ । ତାର ଜବାବରେ ଖୁରଧାମଲ୍ଲ କ୍ରିକେଟ  ଦଳ ୧୬ଓଭର ୫ଟି ବଲରେ ୭ ଉଇକେଟ ହରାଇ ୧୦୩ ରନ କରିଥିଲେ । ଖୁରଧାମଲ୍ଲ କ୍ରିକେଟ ଦଳ ୩ ଉଇକେଟରେ ଏହି ମ୍ୟାଚରେ ବିଜୟୀ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ବାଦଲ କୁମାର ସ୍ୱାଇଁ  ବିବେଚିତ ହୋଇଥିଲେ ।   ଧନେଶ୍ୱର ମହାପାତ୍ର ଓ ପ୍ରଭାତ ମାଝୀ ଏହି  ମ୍ୟାଚକୁ ପରିଚାଳନା କରିଥିଲେ ।  ନରସିଂହ ସ୍ୱାଇଁ ସ୍କୋରର ଭାବେ ରହିଥିଲେ । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୧---୯,୦୦


ads

Blog Archive