ଜାତୀୟ ଯୁବ ଦିଵସ ପାଳିତ
ବ୍ରହ୍ମପୁର -----କୁକୁଡାଖଣ୍ଡି (ଓଖପ୍ର) ବ୍ଳକ ଅନ୍ତର୍ଗତ ଵୋରିଗାଁ ଗ୍ରାମପାୟତରେ ଜାତୀୟ ଯୁବ ଦିଵସ ତଥା ସ୍ବାମୀ ବିଵେକାନ୍ଦ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସରପଞ୍ଚ ଵସନ୍ତ ସାହୁଙ୍କ ଅଧକ୍ଷତାରେ ଜଗଦଳପୁର ସ୍ଵାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡ଼ାକ୍ତର ଵିଜୟ କୁମାର ସୁବୁଦ୍ଧି, ଭଗଵାନ ମହାପାତ୍ର, ସୁନିତା ପ୍ରଧାନ ପ୍ରମୁଖ ଙ୍କ ସହଯୋଗ ରେ ଜାତୀୟ ଯୁବ ଦିଵସ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା । ଗୁରୁଣ୍ଠି , ଲୋଚାପଡା।, ଜଗଦଳପୁର, ସମସ୍ତ ଅଙ୍ଗନଵାଡି ଆଶାକର୍ମି, ଯୋଗଦେଇ ଫ୍ଳାକର୍ଡ ଧରି ଗ୍ରାମ ପରିକ୍ରମା କରିବା ସହ କରୋନା ନେଇ ଲୋକଙ୍କୂ ସଚେତନତା କରିଥିଲେ ।ଏହା ସହ ଦେଶ ପାଇଁ ସମସ୍ତେ ସ୍ବାମୀ ବିବେକାନନ୍ଦ ଙ୍କ ଜୀଵନୀକୁ ଆପଣେଇବା ପାଇଁ କହିଥିଲେ । କାର୍ଯ୍ୟକ୍ରମ ରେ ଜଳଯୋଗାଣ ସହାୟକ ରାଜେଶ୍ଵରୀ କାହୁ , ଏନ୍ ଏମ୍ ମଧୁସ୍ମିତା ସେନାପତି ଙ୍କ ସମେତ ସମସ୍ତ ପଞ୍ଚାୟତ କର୍ମଚାରୀ ଓ ଓ୍ଵାର୍ଡ଼ ମେମ୍ଵର ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୧୩/୧/୨୦୨୧------୬,୦୫




