ads

Breaking News

ମହିଳାଙ୍କୁ ଜୀବନରେ ମାରିଦେବାକୁ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

 ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅଧିନସ୍ଥ ହରିରାଜପୁର ଗ୍ରାମରେ ପୁର୍ବ ଶତୃତାକୁ ନେଇ ଜଣେ ମହିଳା ଓ ତାର ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଘଟଣାରେ  ମୁଖ୍ୟ ଅଭିଯୁକ୍ତକୁ ଡେଲାଙ୍ଗ ପୋଲିସ ଶୁକ୍ରବାର ଗିରଫ କରିଛି । ସୁଚାନା ଯୋଗ୍ୟ ଯେ ପୁର୍ବ ଶତୃତାକୁ ନେଇ ସୋମବାର ଦିନ ପଡୋଶି ଘର ର ୧୩ ଜଣ ସଦସ୍ୟ କବିତା ପ୍ରଧାନ  ଓ ତାର ପରିବାରକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି କେସ୍ ରେ ଡେଲାଙ୍ଗ ପୁଲିସ ଗୁର୍ରୁବାର ଦିନ ହରିରାଜପୁର ଗ୍ରାମର ରବିନ୍ଦ୍ର ପାତ୍ର (୬୪)କୁ ଗିରଫ କରି କୋର୍ଟ ଚାଳଣ କରିଥିବା ବେଳେ ଆଜି ଡେଲାଙ୍ଗ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଶ୍ମିକାନ୍ତ ପାତ୍ର ଓରଫ ଲଣ୍ଡା(୨୮)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୪/୧୨/୨୦୨୦----୮,୫୫   

ads

Blog Archive

Popular Posts