ads

Breaking News

ଜଟଣୀ ନଗର କଂଗ୍ରେସ ତରଫରୁ ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ


ଜଟଣୀ --ଜଟଣୀ ନଗର କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ମନ୍ମଥ ରାଉତରାୟ, ନୌସର ଅଲ୍ଲୀ, ଲିଟୁ ଶତପଥୀ, ଉମା ମହାପାତ୍ର, ଗୌରୀପ୍ରସାଦ ଶିଙ୍ଘ, ଶତ୍ରୁଘ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନୂତନ କାର୍ଯ୍ୟକର୍ତ୍ତା ଙ୍କୁ ସ୍ୱାଗତ କରିଥିଲେ ।
ତତ ସଙ୍ଗେ ସଙ୍ଗେ ଜଟଣୀ ଅଂଚଳର ବଜରଙ୍ଗୀ ସେବା ସଂଘର କର୍ମକର୍ତ୍ତା ମାନେ ବିଧାୟକଙ୍କ ନେତୃତ୍ୱରେ କଂଗ୍ରେସରେ ଯୋଗଦେଇଥିଲେ । କଂଗ୍ରେସର ପି. ସି. ସି. ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିଥିଲେ।  ପରେ ପରେ ଆଗାମୀ ନିର୍ବାଚନରେ କଂଗ୍ରେସର ରଣନୀତି କଣ ରହିବ ତାହା ଆଲୋଚନା ହୋଇଥିଲା ବୋଲି ମିଡ଼ିଆ ସଂଯୋଜକ ତଥା Rmc ପ୍ରତିନିଧି ଜିତେନ୍ଦ୍ରିୟ ରଥ ପ୍ରକାଶ କରିଛନ୍ତି । 

    ଜଟଣୀ --ରଙ୍ଗନାଥ ବେହେରା ,୪/୧୨/୨୦୨୦----୪,୫୫

ads

Blog Archive

Popular Posts