ଜବର ଦଖଲ କବଳରେ ପାଟନାଳି:ସଂକଟ ରେ ଲୁଣାହାର ମୌଜାର ଚାଷୀ
ସାଲେପୁର ----- କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ୬ନମ୍ବର କେନାଲ ରୁ ଲୁଣାହାର ମୌଜା ର ଥାନା ରୋଡ କଡ଼ରେ ଯାଇଥିବା ଚକନାଳୀ ରୁ ଜଳସେଚନ କରାଯାଇଥାଏ । କିଛିଲୋକ ପାଚେରୀ ନିର୍ମାଣ କରିବା ଓ ଉକ୍ତ ନାଳିରେ ଅଳିଆ ଅର୍ବଜନା ସହ ପାଇ ଖେନା ପାଣି ଓ ଗାଧୁଆ ପାଣି ଛାଡିବା ସହିତ ନାଳି ମଧ୍ୟ ରେ ବିଦ୍ୟୁତଖୁଣ୍ଟ ପକାଇ ଥିବା ଅଭିଯୋଗ ହେଉଛି। ଯାହା ଫଳରେ କି ବନ୍ଦ ହୋଇ ପାଣି ଆସିପାରୁନି । ଚାଷୀ ମାନଙ୍କର ଏକର ଏକର ଜମି ପଡିଆ ପଡିରହିବା ସହିତ କିଛି ଚାଷ ଜମିରେ ଧାନ ଚାଷ ହେଉଥିଲେ ହୋଇଛି । ଏହା ସମ୍ପୂର୍ଣ୍ଣ ବର୍ଷା ପାଣି ଉପରେ ନିର୍ଭର କରୁଛି।ଏନେଇ ସ୍ଥାନୀୟ ଗ୍ରାମବାସୀ ତଥା ଚାଷୀ ସାଲେପୁର ତହସିଲଦାର ଙ୍କୁ ଗତ ୧୭.୧୦.୨୦୧୬ ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ ।ଏ ନେଇ ପୁଣି ଥରେ ଲୁଣାହାର ମୌଜା ର ଚାଷୀ ଆଜି ୧୬.୧୧.୨୦୨୦ ରେ ସାଲେପୁର ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ତହସିଲଦାର ଗଣମାଧ୍ୟମ କୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଅଭିଯୋଗ ପାଇବାପରେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।ତେବେ ଦେଖିବାକୁ ବାକିରହିଲା ତହସିଲ ଦାର ଓ ପ୍ରଶାସନ କି ପଦକ୍ଷପ ନେଉଛି ଓ ୋପାଣିଯାଉଛି ତାହା ଦେଖିବାକୁ ବାକି ରହିଲା ସାଲେପୁର ରୁ ପ୍ରସନ୍ନ କୁମାର ରାୟ ,17/11/2020----10.40



