ads

Breaking News

କୋଭିଡ କଟକଣାରେ ପାଳିତ ହେଲା ଟିହିକି ପାଲି ଗିରିଗୋବର୍ଦ୍ଧନ ପୂଜା



ଭେଡେନରୁ ସାକ୍ଷୀ ଗୋପାଳ ନିଉଜ୍ ରିପୋର୍ଟ:- ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ମୁହୁଳପାଲି ପଞ୍ଚାୟତ ଟିହିକି ପାଲିରେ ଆଜି କୋଭିଡ ନିୟମ କୁ ଆଖି ଆଗରେ ରଖି ତଥା ସମସ୍ତ ସରକାରୀ କଟକଣା କୁ ମାନି ନୀତିକାନ୍ତି ଅନୁସାରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ ହୋଇଛି।ମୁଖ୍ୟ ପୂଜକ ଭାବେ ରୋଶନ ପୁରୋହିତ ଯୋଗ ଦେଇଥିବାବେଳେ ବାବା ଗୋପୀ ଦାସ ଆଜି ପୂଜା ଵିଧିରେ ସହଯୋଗ କରିଥିଲେ। ଗ୍ରାମର ଦଶରଥ ସାହୁ ଯାତ୍ରାର ବୃତ୍ତାନ୍ତ ଉପସ୍ଥିତ ଭକ୍ତ ମାନଙ୍କୁ କଥା ମାଧ୍ୟମରେ ଶୁଣାଇ ଥିଲେ।
ଶେଷରେ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇ ଥିଲା।ଏଥିରେ ଗ୍ରାମ୍ୟ କମିଟି ସହିତ, ଅତାବିରା ଯୁଥ ଏସୋସିଏସନ ର ସଭାପତି ଯଶୋବନ୍ତ ରନବିଡା ଓ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। 
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍...17/11/2020----10,10

ads

Blog Archive

Popular Posts