ads

Breaking News

ପାଳଲହଡା ୪୯ ନମ୍ବର ଜାତୀୟ ରାଜପଥରେ ୧୦୨ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଓ ଟ୍ରକ ମୁହାଁମୁହିଁ ଧକ୍କା, ଚାଳକ ମୃତ..


ଅନୁଗୁଳ----  ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ 49,ନମ୍ୱର ଜାତୀୟ ରାଜପଥର ମୁକ୍ତାପୁର ଛକ ନିକଟରେ ଆଜି ଏକ ମର୍ମତୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି । ସୂଚନା ମୁତାବକ ଆଜି ସକାଳ  ପ୍ରାୟ  ୯ ଟା ମଧ୍ୟରେ   ୧୦୨ ଜନନୀ ଏକ୍ସପ୍ରେସ  ଆମ୍ବୁଲାନ୍ସ  ରୋଗୀ ଆଣିବା ପାଇଁ କନ୍ତଳା ଅଭିମୁଖେ ଯାଉଥିବା  ସମୟରେ ମୁକ୍ତାପୁର ଛକ ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଚାଳକ ଗୁରୁତର ଆଘାତ ହୋବାଫଳରେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଚାଳକ ଜଣକ ହେଲେ ଖମାର ଥାନା ଅନ୍ତର୍ଗତ ନିମିରିବେଡା  ଗ୍ରାମର ବେଣୁଧର ନାୟକ, ବୟସ ପ୍ରାୟ 30   ପାଖାପାଖି ହେବ।           ଏ ଖବର ପ୍ରସାରଣ ହେଲା ପରେ ପାଲଲହଡା ଅଞ୍ଚଳ ରେ  ଶୋକର ଛାୟା ଖେଳିଯାଇଛି ।                         ଅନୁଗୁଳ, ପାଳଲହଡା ରୁ ପ୍ରଦ୍ୟୁମ୍ନ କୁମାର ପାଳ  

ads

Blog Archive

Popular Posts