ads

Breaking News

ରେଙ୍ଗାଲି କ୍ଯାମ୍ପରେ ହୃତାତ୍ମା ଦିବସ ଉପଲକ୍ଷେ ବଜରଙ୍ଗ ଦଳର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର




ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ସ୍ଥିତ ରେଙ୍ଗାଲି   କ୍ଯାମ୍ପରେ ମା କାଳୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ଓ ବଜରଙ୍ଗ ଦଳ ରେଙ୍ଗାଲିକେମ୍ପ,ଅତାବିରା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକ ସଂଯୋଜକ ପରମେଶ୍ୱର ପଟେଲଙ୍କ ସଂଯୋଜନା କ୍ରମେ ହୃତାତ୍ମା ଦିବସ ଉପଲକ୍ଷେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।ଶିବିରରେ ମୁଖ୍ୟ ଅତିଥି ଭାବେ ପ୍ରାନ୍ତ ସୁରକ୍ଷା ପ୍ରମୁଖ ଅଶ୍ୱିନୀ ମେହେର ଫିତା କାଟି ଉଦଘାଟନ କରିଥିଲେ । 
ବୁର୍ଲା ରକ୍ତ ଭଣ୍ଡାର ର ଡକ୍ଟର ଦୀପକ ଦାସ ମହାପାତ୍ର, ଟେକ୍ନିସିଏନ ଦେବାଶିଷ ମିଶ୍ର,ମୋଟି ଭେଟର ଲାଲୁ ବିଶ୍ୱାସ, ଏଟେଡେଣ୍ଡ ଉମାକାନ୍ତ ଭୋଇ,ପାଏନୁ ଭୋଇ ରକ୍ତ ସଂଗ୍ରହ କରିଥିଲେ।ଏଥିରେ ବଜରଙ୍ଗ ଦଳର ପ୍ରଭାସ ମଲ୍ଲିକ, ପ୍ରଦୀପ ସିଂ, ଶାନ୍ତନୁ ବେହେରା, ମାନସ ବେହେରା, ସୋନୁ ରାଓ ପ୍ରମୁଖଙ୍କ ସମେତ ବହୁ ସକ୍ରିୟ କର୍ମୀମାନେ ଉପସ୍ଥିତ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍.....

ads

Blog Archive

Popular Posts