ads

Breaking News

ଦୁର୍ନୀତି ହଟାଇବା ପାଇଁ ସଚେତନତା ସୃଷ୍ଟି


 
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକରେ ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ଦୁର୍ନୀତି ନିବାରଣ ସମ୍ପର୍କରେ ବିଭିନ୍ନ ଗ୍ରାମ ମାନଙ୍କରେ ସଚେତନତା ସୃଷ୍ଟି କରାଇଥିଲେ । ଏହି ଅବସରରେ ପରିବେଶ ବିତ୍ତି ତଥା ଆଇନଜୀବୀ ହୃଷିକେଶ ପାଢ଼ୀ ଡେଲାଙ୍ଗ ବ୍ଳକର ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ, ବଡବାବୁ କାର୍ତ୍ତିକ ସେଠୀ, ପାନୀୟ ଜଳ ଯେ।।ଗାଣ ସହକାରୀ ଯନ୍ତ୍ରୀ ଆଲୋକ ରଞ୍ଜନ ପଣ୍ଡା, ବିଇଓନିରଞ୍ଜନ ପାଣ୍ଡ, ରାଜସ୍ୱ ସୁପରଭାଇଜର ମନୋରଞ୍ଜନ ମିଶ୍ର, ଓ ଆରଆଇ ମାନଙ୍କୁ  ଦୁର୍ନୀତି ମୁକ୍ତ ରହିବା ପାଇଁ ଅଧିକାରୀ ଓ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଦୁର୍ନୀତି ହଟିଲେ ଆମ ପରିବେଶ ସୁସ୍ଥ ରହିବ ବୋଲି ଶ୍ରୀ ପାଢ଼ୀ କହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts