ads

Breaking News

ଜାଡୁମଲ୍ଲ ଠାକୁରାଣୀଙ୍କ ପୋଖରୀରୁ ଦଳ ସଫା


 ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅର୍ନ୍ତଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମରେ ମା ଜାଡୁମଲ୍ଲଠାକୁରାଣୀଙ୍କ ପୁଷ୍କରଣୀ ଦୀର୍ଘ ଦିନ ହେବ କଳକତି ଦଳରେ ପରିପୂର୍ଣ୍ଣ ହୋଇ ପଡି ରହିଥିଲା । କରୋନା ଯୋଗୁ କାମ ଧନ୍ଦା ସେପରି ନଥିବାରୁ ଗ୍ରାମର ପୁରୁଷ ଲୋକମାନେ ବସି ରହିଥିଲେ । ଏହି ଅବସରରେ ସରକାରୀ ଉଚ୍ଚ ବିଦ୍ୟାଳୟ ବରକେରାର ପୁରାତନ ଛାତ୍ର ପ୍ରକାଶ ପ୍ରଧାନଙ୍କ ସହଯୋଗରେ ତଥା ଗ୍ରାମର ପୁଅ ତଥା ଶିକ୍ଷକ ତଥା ପରିବେଶ ମିଟୁ କିଶୋର ପ୍ରଧାନଙ୍କ ନେତତ୍ୱରେ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କୁ ନେଇ ପୁଷ୍କରଣୀରୁ ଦଳ ସଫେଇ କାର୍ଯ୍ୟା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ପ୍ରଶାନ୍ତ , ବିକ୍ରମ, ରବୀନ୍ଦ୍ର,ଅଭିମନ୍ୟୁ, ମାନସ, ସମିର, ଜାପାନୀ ଓ ମଳୟଙ୍କ ସହ ଅନ୍ୟମାନଙ୍କ ସହଯୋଗରେ ଦଳ ସଫେଇ କାର୍ଯ୍ୟ କରାଯାଉଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts