ads

Breaking News

ପିପିଲିରେ ଜାତୀୟ ପ୍ରେସ ଦିବସ ପାଳିତ ; ୨୦୨୧ରେ ସତ୍ୟବାଦୀରେ ଅନୁଷ୍ଠିତ ହେବ ପ୍ରେସ ଦିବସ


 ପିପିଲି---   ପିପିଲି ସ୍ଥିତ ଶ୍ରୀକିଷ୍ଣା ଗାର୍ଡନେ ଠାରେ ଉତ୍କଳମଣି ସାମ୍ବାଦିକ ସଂଘ ଓ ପିପିଲି ପ୍ରେସ୍ କ୍ଲବ ଆନୁକୁଲ୍ୟରେ ଜାତୀୟ ପ୍ରେସ୍ ଦିବସ ସୋମବାର ପାଳିତ ହୋଇଯାଇଛି । କୋଭିଡ୍‌-୧୯ ନିୟମ ଅନୁଯାଇ ପାଳିତ ହୋଇଥିଲା ।  ବିଶେଷ କରି ସାମାଜିକ ଦୂରତା ରକ୍ଷା କରିବା ସହ ସମସ୍ତେ ମୁହଁରେ ମାକ୍ସ ଲଗାଇଥିଲେ । ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧା ଓ ସ୍ଥାନୀୟ ବିଧାୟକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସଂଘର ସଭାପତି   ତଥା  ବରିଷ୍ଠ ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ କରୋନା ଯୁଦ୍ଧରେ ଗଣମାଧ୍ୟମର ଭୁମିକା ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପିପିଲି ପ୍ରେସ କ୍ଲବର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସୁବୁଦ୍ଧି ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ହେମନ୍ତ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍କଳମଣି ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବିଜୟ କୁମାର ମହାପାତ୍ର ବାର୍ଷିକ ବିବରଣି ପାଠ କରିଥିଲେ । ଏଥିରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ସାମ୍ବାଦିକ ସୁରକ୍ଷା ଆଇନି ସପକ୍ଷରେ ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ସତ୍ୟବାଦି ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କରୋନା ମହାମାରୀ ସଚେତନତା ଉପରେ ସାମ୍ବାଦିକ ମାନଙ୍କ ଭୁମିକାକୁ ଭୁୟଂସି ପ୍ରଶଂସା କରିବା ସହିତ ସଠିକ ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭପତି ବିଭୁତୀ ଭୁଷଣ କର ସମ୍ମାନୀତ ଅତିଥିଭାବେ ଯୋଗଦେଇ ରାଜ୍ୟରେ ସାମ୍ବାଦିକଙ୍କ ବହୁବିଧ ସମସ୍ୟା ଉପରେ ଦୃଷ୍ଟି ଆର୍କଷଣ କରିଥିଲେ । ଜାତୀୟ କାର୍ଯ୍ୟକାରିଣି ସଦସ୍ୟ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ,ଭୁବନେଶ୍ୱର ସାମ୍ବାଦିକ ଜିଲ୍ଲା ସଭାପତି ପ୍ରତାପ କୁମାର ପ୍ରଧାନ ,ପିପିଲି ବ୍ଲକ ବିଜୁ ଜନତା ଦଳର ସଭାପତି ପ୍ରଫୁଲ୍ଲ ସ୍ୱାଇଁ,ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ,ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ତଥା ଯୁବନେତା ଧରଣୀଧର ସାହୁ ପ୍ରମୁଖ  ଯୋଗଦେଇ ବିଶ୍ୱବ୍ୟାପି କୋଭିଡ୍ ମହାମାରୀ ସମୟରେ ସାମ୍ବାଦିକଙ୍କ ଉତ୍ସର୍ଗିକୃତ ସେବା ତଥା ବ୍ୟାପକ ଜନ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ । ସମାଜସେବୀ ସର୍ବେଶ୍ୱର ଭାରତୀ,ଇଂ ରମେଶ ଚନ୍ଦ୍ର ଶତପଥି,ସମାଜସେବୀ ଭଗବାନ ସେଠୀ,ଆଇନିଜୀବି ସୁରେଶ କୁମାର ରଥ, ମହିଲାନେତ୍ରୀ ଝୁନାମଣି ମଲ୍ଲିକ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଛୋଟରାୟ,ଶିକ୍ଷାବିତ୍ ଚରଣ ନାୟକ ପ୍ରମୁଖ ଯୋଗଦେଇ ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୁମିକା ସବୁଠାରୁ ଗୁରତ୍ୱପୁର୍ଣ୍ଣ ବୋଲି ମତ ବ୍ୟକ୍ତ କରିବା ସହ ସାମ୍ବାଦିକଙ୍କୁ ଗଣତନ୍ତ୍ରର ସତର୍କ ପ୍ରହରୀ ବୋଲି କହିଥିଲେ ।ଏହି ଅବସରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ,ବିଧାୟକ ଉମାକାନ୍ତ ସାମନ୍ତରାୟ,ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତୀ ଭୁଷଣ କର,ସାମ୍ବାଦିକ ପ୍ରତାପ କୁମାର ପ୍ରଧାନ,ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର,ପ୍ରଫୁଳ୍ଲ ସ୍ୱାଇଁଙ୍କୁ ଉପଢୈାକନ ଓ ସ୍ମୁତି ଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ପ୍ରମୁଖ ସମସ୍ୟା ସମ୍ପର୍କରେ ସଭାପତି ପୁର୍ଣ୍ଣ ଚନ୍ଦ୍ର ନାୟକ ଆଲୋକପାତ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନି ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ରଖିଥିଲେ ।ବିଶିଷ୍ଟ ମାନବଧିକାର କର୍ମି ଶ୍ରୀଅଖଣ୍ଡ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ କରୋନା ସଚେତନତା ମୁଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।  

ପିପିଲିରୁ ବିଜୟ କୁମାର ମହାପାତ୍ର 

ads

Blog Archive

Popular Posts