ads

Breaking News

କରୋନା ଯୋଦ୍ଧା ଲୋକେଶ କୁମାର ପଣ୍ଡାଙ୍କ ବିୟୋଗରେ ଶୋକ ସଭା



ବରୀ- ଯାଜପୁର ଜିଲ୍ଲା ମ୍ୟୁନିସିପାଲଟି ରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଲୋକେଶ କୁମାର ପଣ୍ଡା କରୋନା  ପିଜେଟିଭିରେ ଆକ୍ରାନ୍ତ ହୋଇ କୋଭିଡ ମେଡିକାଲରେ ଚିକିସ୍ଥିତ ହେଉଥିବାବେଳେ ମୃତ୍ୟୁ ଘଟିଛି।  ତାଙ୍କ ବିୟୋଗରେ ଆଜି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ସଭା ଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ପାରମ୍ଭରେ  କରୋନା ଯୋଦ୍ଧା ପଣ୍ଡାଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରାଦ୍ଧାଞ୍ଜଳି ସଭାରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସେକ ସବୀର ହୁସେନ ବ୍ଲକ ଏକାଉଣ୍ଟନ ମ୍ୟାନେଜର ଜିତେନ ଦାସ, ଡାଟା ମ୍ୟାନେଜର ମୁକୁନ୍ଦ ଚନ୍ଦ୍ର ନାୟକ, ସୁପରଭାଇଜର ରାଧବଲ୍ଲଭ ପୃଷ୍ଟି,ଦୋଳଗୋବିନ୍ଦ ସାମଲ, ଶାରଦ ପ୍ରସନ୍ନ ପଣ୍ଡା, ଜିଲ୍ଲା ସ୍ୱାସ୍ଥ୍ୟକର୍ମୀ ସଭାପତି ରମାକାନ୍ତ ବାରିକ, ଫାର୍ମାସିଷ୍ଟ ,
ସ୍ୱାସ୍ଥ୍ୟକର୍ମୀ ପୁରୁଷ ଓ ମହିକା ମାନେ ଉପସ୍ଥିତ ଥିଲେ।
ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts