ads

Breaking News

କୃଷି ବିଲ୍ କୁ ନେଇ ଭେଡେନ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:- କେନ୍ଦ୍ର ସରକାରଙ୍କ କୃଷି ବିଲ୍ କୁ ବିରୋଧ କରି  ଜିଲ୍ଲା କଂଗ୍ରେସ ଉପ ସଭାପତି ରମେଶ ପଣ୍ଡାଙ୍କ ଆହ୍ୱାନ କ୍ରମେ ଅତାବିରା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଭେଡେନ ବ୍ଲକ କଂଗ୍ରେସ ସଭାପତି ଗଣେଶ ପଧାନ ପରିଚାଳନା କ୍ରମେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇ ଥିଲା। ଏଥିରେ ଭେଡେନ ବ୍ଲକ ମହିଳା କଂଗ୍ରେସ ସଭାପତି ଡୋଲାବତୀ ମେହେର,ଜୋନ୍:-୧ ସଭାପତି ଦାଶରଥି ମେହେର,୨:-ଚମାର ମେହେର,୩:-ବିଶ୍ୱଜିତ ହୋତା,ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ତ୍ରିପାଠୀ, ସ୍ଵାଧୀନ ରଥ,ନାରାୟଣ ମେହେର, କିଶୋର ସାହୁ,ଦିଲିପ ଦାସ,ଦୋଳ ଗୋବିନ୍ଦ ବେହେରା,ସଦାନନ୍ଦ ଭୋଇ, ତାରା ଚାନ୍ଦ ସାଥୁଆ,ସୁରେନ୍ଦ୍ର କମ୍ପ, ବ୍ଲକ ମହିଳା କମିଟି କଂଗ୍ରେସର, ମାଧବ ସାହୁ ପ୍ରମୁଖଙ୍କ ସକ୍ରିୟ କର୍ମୀ ମାନେ ଯୋଗ ଦେଇଥିଲେ।ଏହି ବନ୍ଦ ଡାକରା ସମୟରେ ଭେଡେନର ସମସ୍ତ ଦୋକାନ ବଜାର,ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ହୋଇଥିଲା। ଏହି କୃଷି ବିଲ୍ ବିରୋଧକୁ ସମସ୍ତ ଜନସାଧାରଣ ସହଯୋଗ କରିଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍..

ads

Blog Archive

Popular Posts