ads

Breaking News

ରୋଗକୁ ଘୃଣା କର ରୋଗୀକୁ ନୁହଁ...


  ବରଗଡ଼---- ମହାମାରୀ କରୋନାକୁ ଚାରିଆଡେ ଭୟ। ବିଶ୍ଵବ୍ୟାପୀ କରୋନା ଏବେ ଚାରିଆଡେ ତାର କାୟା ବିସ୍ତାର କରି ଲୋକଙ୍କ ଜୀବନଜୀବିକା ସହ ନିଦ ହଜାଇଦେଇଛି। ଘରେ ଖାଇବାକୁ ନାହିଁ କି କାମ ଧନ୍ଦା ନାହିଁ।ଘରୁ ବାହାରିଲେ ପ୍ରଶାସନର କଟକଣାରେ ପେଟକୁ ଦିଓଳି ଖାଦ୍ୟ ଯୋଗାଡ଼ ହେଇପାରୁନାହିଁ ବୋଲି ଲୋକେ କହନ୍ତି। ଅନ୍ୟ ପକ୍ଷରେ ନିଜ ଅଞ୍ଚଳରେ ଗୋଟେ ପଜେଟିଭି ଯଦି ବାହାରିଗଲା ତେବେ ଚିନ୍ତା ବଢିଯାଉଛି।ପେଟ ପାଇଁ ବର୍ଷ ବର୍ଷ ଧରି ମୂଳ ଲାଗି ଖଟିଖିଆ ନିଜ ତଥା ନିଜ ପରିବାର ପୋଷଣ କରୁଥିବା ଲୋକଙ୍କ ପାଇଁ ଏବେ ମୁଖ୍ୟ ସମସ୍ୟା ହେଇଛି । ଯୋଉ ଆଡେ ଗଲେ କୋଉଠୁ ଆସିଛ। ନିଜ ଗାଁ ନାଁ ଧରିଲା କ୍ଷଣୀ କାହିଁ ଆସିଛ କହି ଛି ଛାକର କରୁଛନ୍ତି।ଯାହା ଆମେ କହୁନାହୁଁ ଅତାବିରା ଏନଏସି ଅଞ୍ଚଳର ଲୋକେ କହନ୍ତି । ବରଗଡ଼ ରୁ ନବୀନ କୁମାର ଦାଶଙ୍କ ରିପୋର୍ଟ

ads

Blog Archive

Popular Posts