ads

Breaking News

ଚାଷିମାନଙ୍କୁ ନଡିଆଚାରା ବଣ୍ଟନ

ପିପିଲି-ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ନଡିଆ ଚାଷିମାନଙ୍କୁ ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଉଦ୍ୟାନ-କୃଷି ତାଲିମ ଓ ସମ୍ପ୍ରସାରଣ କେନ୍ଦ୍ର ପକ୍ଷରୁ ଏମ୍‌ଜିଏନଆରଜିଏସ୍ ସ୍କିମ୍‌ରେ ମାଗଣାରେ ନଡିଆ ଚାରା ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ ଯୋଗଦେଇ ପିପିଲି ବ୍ଲକରେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷିମାନେ ଏହି ସ୍କିମରୁ ବାଦ ନପଡିବେ ପୁର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥିଙ୍କ କଡା ନିର୍ଦ୍ଦେଶ ରହିଛି ବୋଲି କହିଥିଲେ । ଚାଷିମାନେ ଏହି ସରକାରୀ ଯୋଜନାରେ ଅର୍ନ୍ତଭୁକ୍ତ ହେଲେ ସମସ୍ତ ସୁବିଧା ପାଇପାରିବେ ବୋଲି ଶ୍ରୀଯୁକ୍ତ ସାହୁ ସୁଚନା ଦେଇଛନ୍ତି । ତେଇସିପୁର ପଞ୍ଚାୟତ ଅଧିନରେ ଏହି ଯୋଜନାରେ ୩୧୦ଜଣ ଚାଷି ତାଙ୍କର ସମସ୍ତ କାଗଜ ପତ୍ରଦେଇ ଏହି ସୁବିଧା ପାଇିବେ ବୋଲି ଜଣାପଡିଛି । ଚାଷିଙ୍କୁ ୧ହେକ୍ଟର ପିଛା ୧୮ଟା ନଡିଆ ଚାରା ୦.୨ରେ ୩୫ଟି ଓ ୦.୩ ହେକ୍ଟର ପିଛା ୫୧ଟି ନଡିଆ ଚାରା  ଦିଆଯାଉଛି । ତତ୍ ସହିତ ଜୈବିକ ସାର, କୀଟ ନାଶକ ଔଷଧ ଚାରାକୁ ସୁରକ୍ଷିତ ରଖିବା ପାଇଁ ନେଟ ଜାଲ ଆଦି ଯୋଗାଇ ଦିଆଯାଉଛି ।  ନଡିଆ ଚାରା ରୋପଣ ପାଇଁ ଜବକାର୍ଡ ମାଧ୍ୟମରେ ସରକାରି ନିୟମ ମୁତାବକ ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ଉଦ୍ୟାନସାଥୀ ଚନ୍ଦନ କୁମାର ରଥ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ନରେନ୍ଦ୍ର ଦାଶ,ଉଦ୍ୟାନସାଥୀ କେଶବ ଚନ୍ଦ୍ର ମହାରଣା ଓ ଅଭିରାମ ଖଟେଇ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ କୋଭିଡ୍‌-୧୯ର ନିୟମ ମୁତାବକ ସାମାଜିକ ଦୁରତା ରଖି ଚାଷି ମାନଙ୍କୁ ନଡିଆ ଚାରା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । 
ପିପିଲିରୁ ବିଜୟ କୁମାର ମହାପାତ୍ର
 

ads

Blog Archive

Popular Posts