ads

Breaking News

ବିଭିନ୍ନ ଦାବି ନେଇ ଆୟୁଷ ଡାକ୍ତରଙ୍କ କଳା ବ୍ୟାଚ୍ ପରିଧାନ

  ବରୀ ---- ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର.ବି.ଏସ.କେ) ଆୟୁଷ ଡାକ୍ତର ସଂଘ ଓଡିଶା ତରଫରୁ ସରକାରଙ୍କୁ ବାରମ୍ଭାର ବିଭିନ୍ନ ଦାବୀ ବିଷୟରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ନିରବ ଦ୍ରଷ୍ଠା ସାଜିଛନ୍ତି । ସଂଘ ପକ୍ଷରୁ ସ୍ୱାସ୍ଥ୍ୟ ମିଶନ ନିଦ୍ଦେଶିକା, ଅତିରିକ୍ତ ମୁଖ୍ୟ ଶାସନ ସଚିବ,ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଓଡିଶା, ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ଓ  ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ଅଦ୍ୟାବଧି କୈାଣସି ସମାଧାନ କରାଯାଇ ନାହିଁ । ଏହାର ପ୍ରତିବାଦରେ ସଂଘର ନିଷ୍ପତି ଅନୁସାରେ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମାନେ କଳା ବ୍ୟାଚ୍ ପରିଧାନ କରି ଶୃଙ୍ଖଳିତ ଭାବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି କୋଭିଡି କେୟାର ସେଣ୍ଟର କଣ୍ଟେନମେଣ୍ଟ ଜୋନ୍‌, ଜରୁରୀକାଳିନ ଓ ଓପିଡିରେ କାର୍ଯ୍ୟକରିଛନ୍ତି । ସେମାନଙ୍କ ଦାବି ଅନୁଯାଇ କୋଭିଡ ଡିୟୁଟରେ କାର୍ଯ୍ୟରସ୍ଥ ଆୟିଷ ଡାକ୍ତର ମାନଙ୍କୁ କରୋନା ଯୋଦ୍ଧା ଭାବେ ଗ୍ରହଣ କରାଯାଉ, ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାମାନଙ୍କ ପାଇ ଯେଉଁ ସବୁ ସୁବିଧା ଘୋଷଣା କରିଛନ୍ତି ତାଙ୍କ ପାଇଁ କରାଯାଉ, ମାସିକ ବେତନ ଅତିକମରେ ୫୦ ହଜାର କରାଯାଉ,ନିୟମିତ କରାଯାଉ, ଆୟିଷ ଡାଇରେକ୍ଟର ଅଧିନକୁ ନିଆଯାଉ,ସ୍କୃଲ ଓ ଅଙ୍ଗନାଓା୍ୱଡି ପିଲାମାନଙ୍କୁ ଯେପରି ଏଲୋପାଥିକ ଔଷଧ ଦିଆଯାଉଛି ସେହି ଭଳି ଭାବେ ଆୟୁରବେର୍ଦିକି ଓ ହୋମିଓ ପ୍ୟାଥିକ ଔଷଧ ଦିଆଯାଉ, ନିୟମିତ ଭାବେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଟ୍ରେନିଂ  ପ୍ରୋଗ୍ରାମରେ ସାମିଲ କରାଯାଉ ବୋଲି ଦାବି ରଖିଛନ୍ତି । ଆଜିଠାରୁ କଳା ବ୍ୟାଚ୍ ପିନ୍ଧି ଶୃଙ୍କଳିତ ଭାବେ କାର୍ଯ୍ୟ କରିବେ ଚଳିତ ମାସ ୧୪ ତାରିଖ ସୁଧା ଦାବି ପୂରଣ ନହେଲ ୧୫ ତରିଖରେ ସମୁହ ଇସ୍ତଫା ଦେବେ ବୋଲି ସଂଘର ରାଜ୍ୟ ସଭାପତି ଡାକ୍ତର ସୁଶିଲ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଦିପ୍ତୀମୟି ଦାସ, ଅଶ୍ୱିନି ରଣା,ମଧୁସ୍ମିତା ସାମଲ କଳା ବ୍ୟାଚ୍ ପରିଧାନ କରି ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗି ମାନଙ୍କର ସେବା କରୁଛନ୍ତି ।
 ଯାଜପୁର ବରୀରୁ- ଦର୍ଶନ ବେହେରା

ads

Blog Archive

Popular Posts