କର୍ପୋରେଟ ହଟାଅ, ଦେଶ ବଞ୍ଚାଅ ଦାବିରେ ପ୍ରତିବାଦ ସଭା
ସାକ୍ଷୀଗୋପାଳ----- ଅଲ ଇଣ୍ଡିଆ କିଷାନ ସଂର୍ଘଷ ସମନ୍ନୟ କମିଟି ପକ୍ଷରୁ ଦିଆଯାଇଥିବା ଡାକରାରେ କର୍ପୋରେଟ ହଟାଅ ଦେଶ ବଞ୍ଚାଅ ଆନ୍ଦୋଳନ ରେ ୯ ଅଗଷ୍ଟ ଦିନ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ସତ୍ୟବାଦୀ ବ୍ଳକ କମିଟି ପକ୍ଷରୁ ସତ୍ୟବାଦୀ ଗାଇବାଟିଆ ପାର୍ଟି କାର୍ଯ୍ୟାଳୟ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ସଦସ୍ୟ ମାନେ ବିଭିନ୍ନ ଲେଖା ଥିବ ପ୍ଳାକର୍ଡ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଧରେ ନାରାବାଜି ଦେଇଥିଲେ । ବିଶେଷ କରି ରାଜ୍ୟରେ ମହାମାରୀ କରୋନକୁ ନେଇ ଲକଡାଉନ ସମୟରେ କୃଷି କ୍ଷେତ୍ରରେ ଆଣିଥିବା ଅଧ୍ୟାଦେଶକୁ ବିରୋଧ କରାଯାଇଛି । ଏହି ପ୍ରତିବାଦ ସଭାରେ ଏ. ଆଇ. କେ. କେ. ଏମ. ଏସର ଜିଲ୍ଲା ସମ୍ପାଦକ କମ୍ରେଡ ସୁବାସ ବରାଳ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଜାତ ଉପରେ କରାଯାଇ ଆଇନକୁ ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବ୍ୟାପକ ଚାଷୀ ଆନ୍ଦୋଳନ ଗଡି ତୋଲିବା ପାଇଁ ଆହ୍ୱନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନବ୍ଳକ ସଭାପତି ଶ୍ୟାମ ସୁନ୍ଦର ମହାପାତ୍ର, କମିଟିର ସଭ୍ୟ ସୁବାସ ବେହେରା, ଶ୍ରାମ ସୁନ୍ଦର ବାରିକ, ପୁରୀ ଜିଲ୍ଲା ସମ୍ପାଦକ ସୁବାସ ବରାଳଓ ସମର୍ଥକ ଆନନ୍ଦ ଜେନା, ବିଶ୍ୱନାଥ ଭୋଇ, ବୈରାଗୀ ପ୍ରଧାନ ଓ ଶରତ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।



