ଫିଜିଓଥୋରାପି ସେଣ୍ଟର ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ- ଅଳଗୁମ ରାସ୍ତାର ବନପୁର ଉକରେ ଥିବା ଫିଜିଓଟେକ ଓ ଫିଜିଓଥୋରାପି ସେଣ୍ଟର ପକ୍ଷରୁ ମାଗଣାରେ ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା କରାଯାଇଛି । ସତ୍ୟବାଦୀର ବିଭିନ୍ନ ଗ୍ରାମ ମାନଙ୍କୁର ରୋଗୀ ମାନଙ୍କୁ ଅଣାଯାଇ ସରକାରଙ୍କ କୋଭିଡ-୧୯ ଆଇନକୁ ମାନିବା ସହ ଅନୁଷ୍ଠାନ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଚିକିତ୍ସା ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ସୁନିଲ କୁମାରଙ୍କ ସହିତ ସତ୍ୟବ୍ରତ ରାଉତ, ରାକେଶ କୁମାର ପ୍ରଧାନ, ମମତା ବେହେରା ଓ ପ୍ରଣତି ପ୍ରଧାନ ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଗଦାଧର ପାତ୍ରଙ୍କ ନେତୃତ୍ୱରେ ଅଶୋକ କୁମାର ପ୍ରଧାନ, ଆଲୋକ ଖୁଣ୍ଟିଆ ଓ ବିକ୍ରମ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଗଜେନ୍ଦ୍ର ପ୍ରଧାନ କାର୍ଯ୍ୟକମକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



