ads

Breaking News

ବେଗୁନିଆରେ ଆକ୍ରାନ୍ତ ସଂଖ୍ୟା ୩୧,ସୁସ୍ଥ ୨୯, ପତନିବର କଣ୍ଟେନମେଣ୍ଟ ଜୋନ ଘୋଷଣା

 
ବେଗୁନିଆ----  ବେଗୁନିଆ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୩୧ ରେ ପହଁଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୨୯ରେ ପହଁଚିଛି । ଏହି ବ୍ଲକ ଅନ୍ତର୍ଗତ  ସାରୁଅ ପଞ୍ଚାୟତର ପତନିବର ଗ୍ରାମର ଜଣେ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ଆସ୍କା ଠାରେ ରହିଥିବା ସମୟରେ ଟାଇଫଏଡ ଜ୍ଵରରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅଵସ୍ଥାରେ ନିଜ ଗ୍ରାମକୁ ଗତ ୨୪ତାରିଖ ଦିନ  ଫେରିଥିଲେ । ପରେ  ସ୍ୱାବ ଦେଇ ନିଜ ଗ୍ରାମକୁ ଫେରିଥିଲେ । ମଙ୍ଗଳବାର ଦିନ ତାଙ୍କର ସ୍ୱାବରୁ ପଜିଟିଭ ବାହାରିଥିଲା ।ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ ଚିକିତ୍ସାଳୟକୁ ପଠାଯାଇଥିଲା ।ଆଜି ଜିଲ୍ଲାପାଳଙ୍କ ନିର୍ଦେଶରେ ପତନିବରକୁ ତିନି ଦିନ ପାଇଁ କଣ୍ଟେନମେଂଟ ଜୋନ ଭାବରେ ଘୋଷଣା କରିଛନ୍ତି ।ପଜିଟିଭ କେହି କଣ୍ଟାକ୍ଟରେ ଆସିଥିବା ଜଣା ପଡିନଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୨ ଜଣ ପିଜିଟିଭ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣା ପଡିଛି । 
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts