ads

Breaking News

ବାଳକାଟୀ ବଜ଼ାରରେ ଜିଲ୍ଲାପାଳଙ୍କ ଚଢ଼ାଉ : ଦୁଇ ଗ୍ରୋସରି ଦୋକାନ ସିଲ

ବାଲିଅନ୍ତା :-  ଖୋର୍ଦ୍ଧା  ଜିଲ୍ଲାପାଳ  ସୀତାଶୁଂ କୁମାର ରାଉତ ଆଜି ସନ୍ଧ୍ୟା  ୭  ଟା  ସମୟରେ  ବାଳକାଟୀ   ବଜ଼ାରରେ   ଅଚାନକ  ଚଢ଼ାଉ  କରିଥିଲେ ।  ଦୁଇଟି  ହୋଲସେଲର  ତେଜରାତି   ଦୋକାନ  ସିଲ  କରିବା ସହ  ଜରିମାନା  ଅସୁଲ  କରିବା   ନେଇ  ନିର୍ଦେଶ  ଦେଇଛନ୍ତି ।   ଉଭୟଙ୍କ  ଠାରୁ  ସ୍ଥାନୀୟ   ପ୍ରଶାସନ   ପକ୍ଷରୁ   ୫  ହଜାର   ଲେଖାଏଁ   ଜରିମାନା  ଆଦାୟ  କରାଯାଇଛି l  ଉପରୋକ୍ତ  ଦୁଇ  ଦୋକାନରେ   ୪୦  ରୁ  ୫୦ ଜଣ ଗ୍ରାହକ  ରୁଣ୍ଡ   ହୋଇଥିଲେ  ।  ହେଲେ  ସଂପୃକ୍ତ   ବ୍ୟବସାୟୀ   ଦ୍ୱୟ  ସାମାଜିକ  ଦୂରତା  ରକ୍ଷା   କରିବା   ନେଇ  ଦୋକାନ   ଆଗରେ  ୧  ମିଟର  ଦୂରତାରେ  ମୁଣ୍ଡଳୀ  କାଟିନଥିଲେ  କି  ଗ୍ରାହକ  ମାନଙ୍କୁ  ଦୂରତା  ରକ୍ଷା କରି  ଜିନିଷ  କିଣିବା   ନେଇ  ତାଗିଦ   କରିନଥିଲେ ।  ସାମାଜିକ  ଦୂରତା   ଭଙ୍ଗକରି   ଜରିମାନା   ଗଣିଥିବା   ବ୍ୟବସାୟୀ  ଦ୍ୱୟ  ହେଲେ  ହୃଷିକେଷ   ସାହୁ  ଓ ସନାତନ  ସାହୁ  । ଜିଲ୍ଲାପାଳଙ୍କ   ସହିତ  ଅନ୍ୟମାନଙ୍କ   ମଧ୍ୟରେ  ବାଲିଅନ୍ତା  ତହସିଲଦାର ସଂଯୁକ୍ତା  ସ୍ୱାଇଁ ଓ  ବିଡ଼ିଓ   ଆଦିକନ୍ଦ  ବେହେରା  ସାମିଲ   ଥିଲେ ।

ads

Blog Archive