ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ମହିଳା ମଞ୍ଚ ପକ୍ଷରୁ ୫ହଜାର ୫ଶହ ଟଙ୍କା ପ୍ରଦାନ
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମହିଳା ମହାମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫ ହଜାର୫ଶହ ଟଙ୍କାର ଚେକ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଚେକ ପ୍ରଦାନ ସମୟରେ ମହିଳା ମହାମଞ୍ଚର ସଭାନେତ୍ରୀ ପଦ୍ମାବତୀ ମହାପାତ୍ର, ସମ୍ପାଦିକା ପ୍ରଲିପା ନାୟକ, ପଞ୍ଚାୟତ ଏମ. ବି. କେ ମାମିନା ମହାପାତ୍ରଙ୍କ ସହିତ ସରପଞ୍ଚ ଦୁଷ୍ମନ୍ତ ପ୍ରଧାନ ଓ ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



