ads

Breaking News

ଅଣସେବାୟତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ ସେବାୟତ ଗୋଷ୍ଠୀ



 ପୁରୀ ----- ପୁରୀ ରଥଯାତ୍ରାରେ ସାମିଲ ହୋଇଛନ୍ତି ଅଣସେବାୟତ। ସେବାୟତ ବେଶ ସହ ବେକରେ ପରିଚୟ ପତ୍ର ପକେଇ ରଥ ଉପରେ ଏହି ଅଣସେବାୟତଙ୍କୁ ଦେଖିବାକୁ ମିଳିଛି। ଅଣସେବାୟତ ଜଣକ ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବା ପରେ ତଦନ୍ତ ଦାବି କରିଛନ୍ତି ସିଂହାରୀ ସେବକ ଓ ଭୋଇ ସେବକ। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଶିଘ୍ର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି । କୋଭିଡ୍ ଟେଷ୍ଟ ନହୋଇ ରଥ ଉପରେ ଚଢିବା ବାରଣ ଥିବା ବେଳେ ଅଣସେବାୟତ ଜଣକ ରଥ ଉପରକୁ କିପରି ଗଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏ ନେଇ ପ୍ରଶାସନର କୌଣସି ପତିକ୍ରିୟା ମିଳିପରିନାହିଁ।
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive