ads

Breaking News

ବନ ମହୋତ୍ସବରେ ବୃକ୍ଷ ରୋପଣ




 ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଅଛି।ମହା ବିଦ୍ୟାଳୟର ଅଧ୍ୟକ୍ଷ ଡଃ ନରେନ୍ଦ୍ର କୁମାର ବେହେରା ଏହାକୁ ଶୁଭାରମ୍ଭ କରିଥିଲେ। ଲରମ୍ଭା ଛକ ଠାରୁ ଆରମ୍ଭ ହୋଇ ବ୍ରଜ ମୋହନ ଖେଳପଡିଆ ପର୍ଯ୍ୟନ୍ତ ବୃକ୍ଷ ରୋପଣ କରାଯାଇଥିଲା। ଚଳିତ ବର୍ଷ ନିମ୍ବ,ଅଁଳା,ପଣସ ,ରାଜଜାମୁ ଗଛ ଲଗାଯାଇ ଅଛି।ବରଗଡ଼ ବନାଞ୍ଚଳ ଅଧିକାରୀ ମହେନ୍ଦ୍ର କୁମାର ପାତ୍ର ସମସ୍ତ ବୃକ୍ଷ ଯୋଗାଇଥିଲେ।ଏହି ଅବସରରେ ଜାତୀୟ ସେବା ସଂସ୍ଥା ଅଧିକାରୀ ଡଃ ଅଜିତ କୁମାର ନାଥ,ଗଣେଶ ସିଂ,ସୁନୀଲ କୁମାର ପ୍ରଧାନ ସମେତ ପବିତ୍ର ମାହାଣା,ସରୋଜ ନାଏକ,ସତ୍ୟବ୍ରତ କର୍ଣ୍ଣ,ଶିବା ତ୍ରିବେଦୀ,ପ୍ରମୋଦ ସେଠ,ରୋଜି କର୍ମୀ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts