ads

Breaking News

ବନମହୋତ୍ସବ ସପ୍ତାହ ର ଅନ୍ତିମ ଦିବସରେ ବୃକ୍ଷ ରୋପଣ



ଓଡ଼ଗାଁ/କୁରାଳ-୭୧ତମ ବନମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ଓଡ଼ଗାଁ ବ୍ଳକ ରବିଗାଡ଼ିଆ ପଞ୍ଚାୟତ ର ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ,କୁରୁମବାଙ୍କତରା ତରଫରୁ ବିଦ୍ୟାଳୟ ଖେଳପଡିଆ ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରାଯାଇଛି। ଓଡ଼ଗାଁ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା, ସରପଞ୍ଚ ଗୋକୁଳ ଚନ୍ଦ୍ର ପ୍ରଧାନ, ଫରେଷ୍ଟର ଜ୍ୟୋତିରଞ୍ଜନ ମାନସିଂହ, ଫରେଷ୍ଟ ଗାର୍ଡ ଅଶୋକ କୁମାର ମୁଦୁଲି,ଶିକ୍ଷକ ତଥା ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ଜଙ୍ଗଲ ମହାସଂଘ ର ସଭାପତି ଗଣେଶ ନାୟକ, ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଶଙ୍କର ଦାସ, ବଂଶୀଧର ବେହେରା ,ଗ୍ରାମର ଏବଂ ବିଦ୍ୟାଳୟ ର ସଭ୍ୟ ମାନଙ୍କ ଦ୍ଵାରା ସାମାଜିକ ଦୂରତ୍ବ ରକ୍ଷା କରି ୨୦ଟି ଅଁଳା, ଶାଗୁଆନ, ଡାଳିମ୍ବ, ଗଙ୍ଗଶିଉଳି ଇତ୍ୟାଦି ବୃକ୍ଷ ରୋପଣ କରାଯାଇଛି। ଗ୍ରାମାଞ୍ଚଳ ଏବଂ ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି କରି ବୃକ୍ଷ ରୋପଣ କରିବା ସହିତ ଗଛର ଯତ୍ନ ନେବା ପାଇଁ ବନାଞ୍ଚଳ ଅଧିକାରୀ ସୂଚନା ଦେଇଥିଲେ। ପରିଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଂଶୀଧର ପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଠିକ୍ ସେହିପରି ଗୋଛା ସଂରକ୍ଷିତ ଜଙ୍ଗଲ ରେ ୫୦ଟି କରଞ୍ଜ, ଅଁଳା, ଶିଶୁ, ବାଉଁଶ,ଶିରିସ ଗଛ  ସ୍ଥାନୀୟ ଲୋକମାନଙ୍କ ଉପସ୍ଥିତି ରେ ରୋପଣ କରାଯାଇଛି।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive