ads

Breaking News

ନୟାଗଡ଼ (ଓଡ଼ଗାଁ)-ଗଂଜାମ ଜିଲ୍ଲା ସୀମା ସିଲ


ଓଡ଼ଗାଁ/କୁରାଳ- ଗଂଜାମ ଜିଲ୍ଲାରେ  କରୋନା  ବ୍ୟାପକତା ନୟାଗଡ ଜିଲ୍ଲା ସୀମାନ୍ତ ଓଡ଼ଗାଁ ଅଞ୍ଚଳ ପାଇଁ ଏହା ଅଧିକରୁ ଅଧିକ ବିପଦ ସୃଷ୍ଟି କରିପାରେ ।ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ଓଡ଼ଗାଁ ଅଞ୍ଚଳରୁ ହୋଇଥିବାରୁ ଗଂଜାମ -ନୟାଗଡ ଜିଲ୍ଲା ସୀମାକୁ ସିଲ କରିବାକୁ ବାରମ୍ବାର ଦାବି ମଧ୍ୟ ଉଠୁଥିଲା ।
ନିକଟରେ ଓଡ଼ଗାଁ ଅଞ୍ଚଳର ଜଣେ ଯୁବକ ଗଂଜାମ ବ୍ୟବସାୟୀ ମାନଙ୍କର  ଅବାଧ ପ୍ରବେଶକୁ ବିରୋଧ କରି ଥାନାରେ ବିଧିବଦ୍ଧ ଅଭିଯୋଗ ମଧ୍ୟ କରିଥିଲେ ।
ଆଜି ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ଦେଖାଯାଇ ନୟାଗଡ(ଓଡ଼ଗାଁ) ଏବଂ ଗଂଜାମ ଜିଲ୍ଲା ସୀମାନ୍ତ ୨ଟି ମୁଖ୍ୟ ରାସ୍ତାକୁ ସିଲ କରାଯାଇଛି । ସୁନାମୁଁହିଁ - ମାଳିଆଝୋଲା  , ଗଂଜାମ ଏବଂ ନୟାଗଡ଼ (ଓଡ଼ଗାଁ)ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ରୋହିବାଙ୍କ(ବାଘୁଆ ଛକ )ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସିଲ କରାଯାଇଛି ।
ଠିକ ସେହିପରି ଗଂଜାମ ଜିଲ୍ଲାକୁ ସଂଯୋଗ କରୁଥିବା କୁରାଳ (ନାଉରିଆଗୋଡା) ଗଳି ରାସ୍ତାକୁ ସରକାରଙ୍କର ନିର୍ଦ୍ଦେଶ କ୍ରମେ କୁରାଳ ଗ୍ରାମପଞ୍ଚାୟତ ତରଫରୁ  ସିଲ କରାଯାଇଛି ।କେବଳ ଜରୁରୀକାଳୀନ ସେବା ଯଥା (ମେଡିକାଲ ଏବଂ ଅତ୍ୟାବଶ୍ୟକ   କାର୍ଯ୍ୟଦେଖି )ସେମାନଙ୍କୁ ଛଡ଼ାଯିବ ବୋଲି ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ସୂଚନା ଦେଇଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts