ads

Breaking News

ଶ୍ରାବଣ ମାସର ପ୍ରଥମ ସୋମବାର ରେ ସମସ୍ତ ଶୈବ ପୀଠ ଖାଁ ଖାଁ


ଶରଣକୁଳ:-ଆଜି ଶ୍ରାବଣ ମାସର ପ୍ରଥମ ସୋମବାର।କିନ୍ତୁ ବିନା ଭକ୍ତରେ ମନ୍ଦିର ପରିବେଶ ଖାଁ ଖାଁ ଲାଗୁଛି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ଏ ବର୍ଷ କାଉଡ଼ିଆମାନେ ଜଳଲାଗି କରି ପାରିବେନାହିଁ  ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଶିବ ମନ୍ଦିର ଗୁଡିକରେ କେବଳ ପାରମ୍ପରିକ ନୀତି ରେ ପୂଜା କରାଯାଇଛି।ଆଜି ରାଜ୍ୟର ଶିବ ମନ୍ଦିର ଗୁଡିକରେ ବୋଲବମ ଡାକ ,ହରିବୋଲ ଓ ହୁଳହୁଳି ର ଶବ୍ଦରେ କମ୍ପୁନାହିଁ ସେଠାରେ ମଧ୍ୟ ସେହି ଏକା ପରିସ୍ଥିତି। ଚଳିତ ବର୍ଷ କରୋନା ସଂକ୍ରମଣ ଦୃଷ୍ଟି ରୁ ବୋଲବମ ଯାତ୍ରାରେ ରୋକ ଲଗାଯାଇଛି । ତେଣୁ ଭକ୍ତ ବିନା ଶିବମନ୍ଦିର ପରିସର ଖାଁ ଖାଁ ଲାଗୁଛି। ସେହିପରି ଶରଣକୁଳ ର ପ୍ରସିଦ୍ଧ ଶିବ ମନ୍ଦିର ପ୍ରଭୁ ଲଡୁକେଶ ମହେଶଙ୍କ  ମନ୍ଦିର ପରିସର ଖାଁ ଖାଁ ଦେଖିବାକୁ ମିଳିଛି।ପ୍ରତିବର୍ଷ ଏହି ସ୍ଥାନକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ଶ୍ରାବଣ ମାସର ସୋମବାରଦିନ ପ୍ରଭୁ ଶିବଙ୍କୁ ଜଳଲାଗି କରୁଥିଲେ। ଚଳିତ ବର୍ଷ ମନ୍ଦିର ପରିସର ଖାଁ ଖାଁ ଲାଗିବା ସହ କେବଳ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇଛି।
ଶରଣକୁଳ ରୁ ମାନସ କୁମାର ସାହୁ।

ads

Blog Archive