ଅତାବିରା ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ବରଗଡ଼---- ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଓ ସେଇ କରୋନାକୁ ଆୟତ୍ତଧିନ କରିବା ପାଇଁ ସରକାର ଲକଡାଉନ ଜାରି କରିଛନ୍ତି । ସାମାଜିକ ଦୂରତା ସହ ସଚେତନ ଓ ସତର୍କତା ହିଁ ଏକମାତ୍ର ପନ୍ଥା।ସେଥିପାଇଁ ସରକାର ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରାଉଛନ୍ତି।ହେଲେ ଏଥିରେ ଯୁଝି ହେଉଛନ୍ତି ଦିନ ମଜୁରିଆ ତଥା ଭିକ୍ଷା ବୃତ୍ତି କରୁଥିବା ଲୋକେ।ଯାହା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ୪ ଲେଫର୍ଷି ପଡାରେ ।ଏଠିକାର ଲୋକେ ଦିନ ମଜୁରୀ ତଥା ଭିକ୍ଷା ବୃତ୍ତି କରି ଚଳନ୍ତି। ଲକ୍ ଡାଉନ୍ ନବମ ଦିନରେ ବ୍ଲକ ପ୍ରଶାସନ ଏମାନଙ୍କ ପ୍ରତି ନଜର ଦେଲା ନାହିଁ । ଏହାକୁ ନଜର କରି ଅତାବିରା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ଉପ ସଭାପତି ଦୀପକ ରଏ ଙ୍କ ନେତୃତ୍ୱରେ ଅତାବିରା ଚୌଧୁରୀ ଏଜେନ୍ସିର ଆନୁକୂଲ୍ୟରେ ଆଜି ଲେଫର୍ଷି ତଥା ଝାଉଁଯୋର ପଡାର ବାସିଙ୍କୁ ଶୁଖିଲା ନିତ୍ୟ ନୈମିତ୍ତିକ ବ୍ୟବହାର୍ଯ୍ୟ ଜିନିଷ ତଥା ଚାଉଳ,ଡାଲି,ପନିପରିବା,ସାବୁନ,ତେଲ,ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା।ଏହି ଅବସରରେ ରାଜୀବ ଚୌଧୁରୀ, ଚନ୍ଦନ ରଏ, ସଂଜୀବ ଚୌଧୁରୀ, ତେଜରାଜ ସାହୁ,ଯୁଗଳ ପସାୟତ, ଉତ୍ତମ ପ୍ରଧାନ,ଯୁବ କଂଗ୍ରେସ ର ସଦସ୍ୟ ଓ ଚୌଧୁରୀ ଏଜେନ୍ସିର ସଦସ୍ୟ ମାନଙ୍କର ସକ୍ରିୟ ସହଯୋଗ ରହିଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ



