ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାରଣାନ୍ତକ ଆକ୍ରମଣ
ଜଟଣୀ---- କରୋନା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାରଣାନ୍ତକ ଆକ୍ରମଣ ହୋଇଥିବା ଜଟଣୀ ଥାନା ରେ ଅଭିଯୋଗ ହୋଇଛି । କରୋନା ସମୟରେ ସମସ୍ତେ ସିଆଡେ ବ୍ୟସ୍ତ ରହିବେ।ଏହାର ସୁଯୋଗ ନେଇ ଗତ ଦୁଇ ତାରିଖ ବିଳମ୍ବିତ ରାତିରେ ବେଣାପଞ୍ଜରୀ ଗ୍ରାମର ଜଣେ ଯୁବକଙ୍କୁ ସେହି ଗାଁର ୬ ଜଣ ଯୁବକ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ । ଯୁବକ ଜଣକ ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଥିବା ଜଣାପଡିଛି । ଗତକାଲି ଦ୍ୱିପ୍ରହରରେ ଏ ସଂକ୍ରାନ୍ତରେ ଘର ଲୋକ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଜଟଣୀ ପୋଲିସ ଦୁର୍ବୃତ୍ତ ଙ୍କ ପ୍ରତି କାର୍ୟାନୁଷ୍ଠାନ ନେବା ତ ଦୂରର କଥା ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳ ପରିଦର୍ଶନ କରିନାହାନ୍ତି । ଅପରପକ୍ଷେ ଦୁର୍ବୃତ୍ତ ମାନେ ଖିଲମଖୁଲା ଗାଁ ରେ ମଟରସାଇକଲରେ ଘୁରି ବୁଲୁଥିବାରୁ ଏବେ ଚାପା ଉତେଜନା ଦେଖା ଦେଇଛି । ଦୁର୍ବୃତ୍ତମାନେ ଯୁବକକୁ ଆକ୍ରମଣ ସମୟରେ ପରିବାର ଲୋକେ ଅଟକାଇ ବାରୁ ଯୁବକ ମାନେ ଉତକ୍ଷିପ୍ତ ହୋଇ ଘର ଆଗରେ ଥିବା ଏକ ଟାଟା ଏ ସି ଗାଡିକୁ ଭଙ୍ଗା ରୁଜା କରିବା ସହିତ ଟାୟାରକୁ ହାଣି ଦେଇଛନ୍ତି ବୋଲି ଅଭିଯୋଗ ରେ ସୁମନ ବେଗମ ଲେଖିଥିବା ଜଣାପଡିଛି । ଜଟଣୀ ରୁ ଇଫେତଖାର ଅଲ୍ଲୀ



