ads

Breaking News

ନିସ୍ଵାର୍ଥ ପରିବାର ତରଫରୁ ନିସ୍ଵାର୍ଥ ସେବା


ପୁରୀ------ କରୋନା ଭାଇରସ ମୁକାବିଲା କରିବା ପାଇଁ ଦେଶ ଲକ୍ ଡାଉନ ରେ ଅଛି । ଲକ ଡାଉନ ସମୟରେ ଦେଶ ବାସୀ ନିଜ ନିଜ ଘରେ ସୁରକ୍ଷିତ ରେ ରହୂଥୁବା ବେଳେ ଏହି ଘଡି ସନ୍ଧି ମୁହୂର୍ତ୍ତରେ  କରୋନା ଭାଇରସ କୁ ଦେଶରୁ ବିତାଡିତ କରିବା ପାଇଁ ସାମ୍ନା କରୁଛନ୍ତି ଦେଶର ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ, ଅଗ୍ନିଶମ, ଗଣମାଧ୍ୟ୍ୟମ ଓ  ସ୍ବୋଛାସେବୀ ସଂଗଠନ ମାନେ । ସେହିପରି ଗୋପ ର ସ୍ବୋଛାସେବୀ ସଂଗଠନ ନିସ୍ଵାର୍ଥ ପରିବାର ପ୍ରାୟ ଶହେ ରୁ ଉର୍ଦ୍ଧ ସଦସ୍ୟ ମାନେ ଦଶ ଜଣିଆ ଗୃପ କରି ଗୋପ ର ବିଭିନ୍ନ ଅଞ୍ଚଳ ଯଥା ମେଡିକାଲ, ଗୋପ ର ସମସ୍ତ ଅଫିସ ଓ ଗାଁ ଗହଳିରେ ପାଣିରେ ସୋଡିୟମ ହାଇପୋ କ୍ଲୋରାଇଟ ମିଶାଇ ସ୍ପ୍ରେ କରୁଥିବା ବେଳେ, ଷ୍ଟେରୀକ୍ଲିନ ମେଡିକାଲ ଓ ଅଫିସର ଭିତର ପାର୍ଶ୍ଵରେ ଜୀବାଣୁ ମୁକ୍ତ କରିବା ପାଇଁ ସ୍ପ୍ରେ କରୁଛନ୍ତି ।
ଦୀର୍ଘ ଦଶ ଦିନ ହେବ ଏହି ସ୍ୱେଚ୍ଛାସେବୀ ସଂଗଠନ ଏପରି କାର୍ଯ୍ୟକ୍ରମ କରୁଥିବା ଦେଖି ଡ଼କ୍ଟର ଓ ଗୋପ ଅଞ୍ଚଳର ସମସ୍ତ ଜନ ସାଧାରଣ ଏମାନଙ୍କୁ ସାଧୁବାଦ ଜଣାଇବା ସହ ଏମାନେ ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ ଭଗବାନଙ୍କ ନିକଟରେ ପ୍ରାଥନା କରିଛନ୍ତି ।
 ପୁରୀ ରୁ ଜୟନ୍ତ କୁମାର ସେଠୀ 

ads

Blog Archive

Popular Posts