ads

Breaking News

ମହାପ୍ରଭୁଙ୍କ ଦର୍ଶନ ଏପ୍ରିଲ ୧୪ ତାରିଖ ଯାଏ ଘୁଞ୍ଚିଲା


 ପୁରୀ--- ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ କଟକଣା କୁ ଏପ୍ରିଲ ୧୪ତାରିଖ ଯାଏ ବଢ଼ାଇ ଦିଆଯାଇଛି। କ ରୋନା ସଂକ୍ରମଣ କୁ ଦୃଷ୍ଟିରେ  ରଖି ସରକାର ମାର୍ଚ୍ଚ ୨୦ ରୁ ଏପ୍ରିଲ ୧ ତାରିଖ ଯାଏ ଶ୍ରୀମନ୍ଦିର ରେ ଭକ୍ତ ଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ ନେଇ ଘୋଷଣା କରିଥିଲେ। ତେବେ ସାରା ଦେଶରେ ଏବେ ଲକ ଡାଉନ ପ୍ରକ୍ରିୟା ଚାଲି ଥିବା ବେଳେ କ ରୋନା ସଂକ୍ରମଣ କୁ ନେଇ ବ୍ୟାପକ ଆସଙ୍କା ରହିଛି। ଏହାକୁ ଦୃଷ୍ଟିରେ ରେ ପୁଣି ସରକାର ଶ୍ରୀମନ୍ଦିର ରେ ଦର୍ଶନ କଟକଣା ଅସନ୍ତା ୧୪ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ନୀତି କାନ୍ତି ସବୁ ଦିନ ଭଳି ଚାଲୁ ରହିଛି। ମହାପ୍ରଭୁଙ୍କ ର ସେବା ଥିବା ପାଳିଆ ସେବକମାନେ କେଵଳ ଶ୍ରୀମନ୍ଦିର କୁ ପ୍ରବେଶ ଅନୁମତି ରହିଛି। ପ୍ରତେକ ସେବକ ଙ୍କୁ ସ୍କ୍ରିନିଂ କରାଯାଇ ଶ୍ରୀମନ୍ଦିର ରେ ପ୍ରବେଶ ଅନୁମତି ଦିଆଯାଉଛି। ସେହିପରି ଭକ୍ତ ଙ୍କ ଦର୍ଶନ ବନ୍ଦ ଥିବାରୁ ମହାପ୍ରଭୁଙ୍କ କେଵଳ କୋଠ ଭୋଗ ପ୍ରତିଦିନ ପ୍ରସ୍ତୁତ କରାଯାଇ ଲାଗି ହେଉଛି । ଆନନ୍ଦ ବଜ଼ାର ମଧ୍ୟ ବନ୍ଦ ରହିଛି। ଭକ୍ତ ଓ ସେବାୟତ ଙ୍କ ସୁରକ୍ଷା କୁ ଦେଖି ଏହି ଦର୍ଶନ କଟକଣା ଭକ୍ତ ଙ୍କ ପାଇଁ କରାଯାଇ ଥିବା ସରକାର ପୂର୍ବରୁ ଘୋଷଣା କରି କହିଥିଲେ। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts