ମମତ୍ୱର ମହୋଦଧ ôମୈତ୍ରୀ,ଲୋଗୋ ଉନ୍ମୋଚିତ
ବରୀ------ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସର୍ବପୂରାତନ କୃପାସିନ୍ଧୁ ବିଦ୍ୟା ଭବନ ପରିସରରେ ଆସନ୍ତା ୨୯ ତାରିଖ ଦିନ ହେବ ମହାମିଳନ ପର୍ବ ଅନୁଷ୍ଠିତ ହେବ । ୧୯୮୮ ବ୍ୟାଚର ଛାତ୍ରଛାତ୍ରୀମାନେ ଏହାର ନେତୃତ୍ୱ ନେଇଛନ୍ତି । ବିଦ୍ୟାଳୟ ହେବାଦିନ ଠାରୁ ସମସ୍ତ ବ୍ୟାଚର ଛାତ୍ରଛ୍ରାତୀ ମାନେ ଯୋଗ ଦେବାକୁ ନିବଦେନ କରାଯାଇଛି । ଏହି ଦିନ ବହୁ ପୁରାତନ ଛାତ୍ର ଶିକ୍ଷାବିତ୍ତ ଉପସ୍ଥିତ ରହି ସେମାନଙ୍କର ମତାମତ ପ୍ରଦାନ କରିପାରିବେ । ଏନେଇ ବୁଧବାର ସନ୍ଧ୍ୟାରେ ବରୀ ମାଉଣ୍ଡସ୍ଥିତ ପ୍ରଗତି କ୍ଲବ ପରିସରରେ ଏକ ସଭା ଅନୁଷ୍ଟିତ ହୋଇଯାଇଛି । ପୂରାତନ ଛାତ୍ର ତଥା ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ସାମଲ ସଭାପତିତ୍ୱରେ ମମତ୍ୱର ମହୋଦଧି ଆପଣାପଣର ଏକ ନୂଆ ଆରମ୍ଭ ମୈତ୍ରୀ ନାମରେ ଏକ ନୂଆ ଲୋଗୋକୁ ମଖ୍ୟ ଅତିଥି ଶିକ୍ଷାବିତ ବିଚିତ୍ରାନନ୍ଦ ପୁହାଣ, ଡ଼ ଧ୍ରୁବ ଚରଣ ଦାସ, ପୂରାତନ ଛାତ୍ର ସୁମନ୍ତ ପଣ୍ଡା,ଡା, ବିରୁପାକ୍ଷ ଦ୍ୱିବେଦୀ, ନିରଜଂନ ବେହେରା,ଦଶରଥ ବେହେରା,ମହେଶ୍ୱର ଦାସ,ତପନ କୁମାର ସାହୁ,ସତ୍ୟବ୍ରତ ସାମଲ ପ୍ରମୁଖ ଉନ୍ମୋଚିତ କରିଛନ୍ତି । ଏହାକୁ ଉପସ୍ଥିତ ବହୁ ପୂରାତନ ଛାତ୍ରଛାତ୍ରୀମାନେ ସମର୍ଥନ ଜଣାଇଛନ୍ତି । ଏହି ଉତ୍ସବରେ ପୂରାତନ ଛାତ୍ର ଆଶୁତୋଷ ପରିଡା,ହୃଷିକେଶ ଜେନା,ସେକ୍ ଅବୁଦୁଲ ଖଲିକ, ପ୍ରଭାତ ମହାନ୍ତି,ନଟବର ବେହେରା,ସଂଜୟ ବେହେରା,ପରମାନନ୍ଦ ବେହେରା ସୋମନାଥ ଦ୍ୱିବେଦୀ,ଦାମୋଦର ସାହୁ,ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଯାଜପୁର, ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର, ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
![]() |
| Bari |



