ୟଙ୍ଗଇଣ୍ଡିଆ ଓ ଆକ୍ସନଏଡ୍ ପକ୍ଷରୁ ରିଲିଫ୍ ବଣ୍ଟନ
କୋଣାର୍କ ------ଗତ ୬ ତାରିଖ ଠାରୁ ଏକମାସ ଧରି ପୁରୀ ଜିଲ୍ଲାର ସିମିଳି, ବନାଖଣ୍ଡି, କୁରୁଜଙ୍ଗ ଗ୍ରାମପଞ୍ଚାୟତର ୧୦୦୦ରୁ ଉଦ୍ଧ୍ୱର୍ ପରିବାରକୁ ଶୀତକାଳିନ ରିଲିଫ ସାମଗ୍ରୀ ବଣ୍ଟନ ଯାରିରହିଛି । ଗତ ମେ ମାସ ୩ତାରିଖରେ ଘଟିଯାଇଥିବା ସାମୁଦ୍ରିକଝଡ ବାତ୍ୟା ଫନୀରେ ସମଗ୍ର ପୁରୀ ଜିଲ୍ଲା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା । କୋଣାର୍କର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ୟଙ୍ଗ୍ଇଣ୍ଡିଆ ଓ ଆକ୍ସନଏଡ୍ର ମିଳିତ ସହଯୋଗରେ ବିପନ୍ନ ଲୋକଙ୍କୁ ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ରିଲିଫ୍ ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ଯାରିରହିଛି । ବିପନ୍ନ ପରିବାରକୁ ଶିତଋତୁରେ ଶିତ ବସ୍ତ୍ର ପ୍ରଦାନ କରାଯାଉଛି । ପ୍ରଥମ ଦିନରେ ଆକ୍ସନ୍ଏଡ୍ର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର, କାର୍ଯ୍ୟକ୍ରମ ଅଧିକାରୀ ଲୋପାମୁଦ୍ରା ବେହେରା ଓ ଆଦିତି, ସିମିଳି ପଞ୍ଚାୟତର ସରପଞ୍ଚ କାଞ୍ଚନବାଳା ସେଠ୍, ବିଜୟକୁମାର ସେଠ୍, ୟଙ୍ଗଇଣ୍ଡିଆର କାର୍ଯ୍ୟକ୍ରମ ଅଧିକାରୀ ରୋଜାଲିନ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଦ୍ୱିତୀୟ ଓ ତୃତୀୟ ଦିନରେ ଆକ୍ସନ୍ଏଡ୍ର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର, କାର୍ଯ୍ୟକ୍ରମ ଅଧିକାରୀ ବିଏନ୍ ଦୁର୍ଗା, ବିତ୍ତୀୟ ଅଧିକାରୀ ଶୁଭେନ୍ଦୁ ରାଏ, ଅର୍ଜୁନ୍ ଦିଗାଲ, ବରିଷ୍ଠ ସାମ୍ବାଦିକ ତ୍ରୀବିକ୍ରମ ରାମକୃଷ୍ଣ ମହାପାତ୍ର, ସିମିଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାସ୍କର ସେଠ୍, ଶତ୍ରୁଘ୍ନ ମୁଦୁଲି ପ୍ରମୁଖ ଯୋଗଦେଇ ରିଲିଫ୍ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ୟଙ୍ଗଇଣ୍ଡିଆର ସଭାପତି ଏନ୍.ଏ.ଶାହଃ ଅନ୍ସାରୀ, ଆକ୍ସନ୍ଏଡ୍ର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର, ସୁଭେନ୍ଦୁ ରାଏ, ଗୋକୁଳ ମଲ୍ଲିକ ପ୍ରମୁଖ ଯୋଗଦେଇ ରିଲଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ପରେ ପରେ ଗ୍ରାମବାସୀଙ୍କ ଜୀବନ ଜୀବିକାର ବିକାଶ ସମ୍ପର୍କରେ ଆଲୋଚନା କରିବା ସହିତ ମିଳିଥିବା ରିଲିଫ ସାମଗ୍ର, କମ୍ବଳ, ମଶାରୀ, ସାଲ୍, ଫିଲ୍ଟର,ଶୁଖିଲା ଖାଦ୍ୟ, ଅଟା, ଚିନି, ଅମୂଲ, ଚୂଡା, ତେଲ, ଚାଉଳ, ଲୁଣ ଇତ୍ୟାଦି ମିଳିବା ପରେ ଦୈନଦିିନ ଜୀବନରେ କିଭଳି କାମରେ ଲାଗିବ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଏସବୁ ପାଇବାପରେ ଲୋକମାନେ ବହୁତ ଖୁସି ହୋଇ ମତାମତ ବାକ୍ସରେ ନିଜର ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନ୍ଦାଜ ଆରନ୍, ଏସ୍ କାଜଲ, ପ୍ରିୟବ୍ରତ ମହାନ୍ତି, ଟିକିନା ରାଉତ, ନବଘନ ମୁଦୁଲି, ଭଗବାନ ଜେନା ପ୍ରମୁଖ ପରିଚାଳନା କରିଥିଲେ ।



