ads

Breaking News

ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯ର ଷଷ୍ଠ ଦିବସ; ଓଡିଶୀ ଓ ଭଜଶଳା ନୃତ୍ୟରେ କମ୍ପିଲା ଉତ୍ସବ ପରିସର


 A maliki
konark 
କୋଣାର୍କ -----ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗସ୍ଥିତ ସାହୁଖଣତାଠାରେ ଆୟୋଜିତ ଇକୋ ରିଟ୍ରିଟ-୨୦୧୯ ଉତ୍ସବର ଷଷ୍ଠ ଦିବସରେ ଓଡିଶୀ ଓ ଭଜଶଳା ନୃତ୍ୟରେ କମ୍ପିଲା ପରିସର । କଟକର ନୃତ୍ୟ ମୟୁରୀ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ପ୍ରଥମଆର୍ଘ୍ୟରେ ମଙ୍ଗଳାଚରଣ ନୃତ୍ୟ ପରିବେଷଣ କରିବା ପରେ ଦ୍ୱିତୀୟାର୍ଘରେ ରାଧାକୃଷ୍ଣଙ୍କ ରାସଳିଳାକୁ ଚମକ୍ରାର ନୃତ୍ୟାଭିନୟରେ ପରିବେଷଣ କରିଥିଲେ । ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଓଡିଶାର ପାରମ୍ପାରିକ ବେଶଭୂଷା ଓ ବାଦ୍ୟଯନ୍ତ୍ରରେ ସଜିତ ହୋଇ ନୃତ୍ୟ ପରିବେଷଣ କରିଥିଲେ । ଆଜି ଇକୋ ରିଟ୍ରିଟ ଭିଲେଜର ୧୪ଟି କୋଟେଜ ବୁକିଙ୍ଗ ହୋଇଥିବା ସୂଚନା ମିଳିଛି ।  ଉତ୍ସବ ସ୍ଥଳକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଫୁଡ ବଜାର, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀର ବଜାର ସହିତ ଥଣ୍ଡା ପାନୀୟ ଷ୍ଟଲ ମାନ ଖୋଲା ଯାଇଛି । ପର୍ଯ୍ୟଟକ ନିର୍ଦ୍ଧିଷ୍ଟ ସ୍ଥାନରେ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି  । ପର୍ଯ୍ୟଟନ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ଓ ରାମଚଣ୍ଡୀଠାରେ ପାର୍କିଙ୍ଗର ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରୁ ଉତ୍ସବ ସ୍ଥଳକୁ ପର୍ଯ୍ୟଟକଙ୍କୁ ନେବା ଆଣିବା କରିବା ପାଇଁ ଓଟିଡିସିର ସ୍ୱତନ୍ତ୍ର  ବସର ବ୍ୟବସ୍ଥା କରାଯାଇଛି । ଉତ୍ସବ ସ୍ଥଳକୁ ସଂଯୋଗ କରରୁଥିବା ବେଳାମାର୍ଗରେ କୋଣାର୍କ ଓ ପୁରୀ ଆଡକୁ ଏକ କିଲୋ ମିଟର ବ୍ୟାପି ରାସ୍ତାର ଉଭୟ ପାଶ୍ୱର୍ରେ ଲୋକେ ଯାନବାହାନ ରଖି ଉତ୍ସବ ସ୍ଥଳକୁ ଆସୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଏଥପ୍ରତି ଜିଲ୍ଲା ପ୍ରଶାସନ ନଜର ଦେବାକୁ ପର୍ଯ୍ୟଟକ ମାନଙ୍କ ପକ୍ଷରୁ ଦାବି ହେଉଛି  ।
କୋଣାର୍କରୁ ଅଜିତ କୁମାର ମଲିକ 

ads

Blog Archive

Popular Posts