ଯୁବତୀଙ୍କର ଗୋଡ ହାତ ବାନ୍ଦି ବଳକôାର ;ବନ୍ଦ କୋଠରୀରୁ ତିନି ଘଣ୍ଟା ପରେ ପୋଲିସ ଉଦ୍ଦାର କଲା
ସାକ୍ଷୀଗୋପାଳ––––– ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲାଙ୍ଗ ବ୍ଳକର ଜଣେ ଯୁବତୀଙ୍କୁ କାମୁକା ବିବାହିତ ଯୁବକ ଘରକୁ ଡାକି ନେଇ ଯୋର ଜବରଦସ୍ତ ଏପରିକି ଅମାନୁଷିକ ଭାବେ ଗୋଡହାତ ବାନ୍ଦି ଦେଇ ବଳକôାର କରିଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଭର୍ତ୍ତାଟଙ୍କା ନେବାକୁ ଗ୍ରାମ ମୁଣ୍ତକୁ ଆସିଥିଲେ । ମାତ୍ର ସେ ସମୟରେ ଉକ୍ତ କାମୁକା ଯୁବକ ଜଣଙ୍କ ଅତି ଚତୁରତାର ସହ
ଯୁବତୀଙ୍କୁ ଘରକୁ ଡାକି ନେଇଥିଲେ । ଯୁବତୀ ଜଣଙ୍କ ଘର ମଧ୍ୟରେ ପଶିବା ମାତ୍ରେ ଯୁବକ ଜଣଙ୍କ କବାଟ ବନ୍ଦ କରି ଦେଇ ଯୁବତୀଙ୍କୁ ବଳକôାର କରିବା ପାଇଁ ଉଦ୍ଦ୍ୟମ କରିଥିଲେ । ଯୁବତୀ ଜଣଙ୍କ ଏହାକୁ ବିରୋଧ କରିବାରୁ ଯୁବକ ଜଣଙ୍କ ପାଟିରେ ଗାମୁଛା ବାନ୍ଦି ଦେବା ସହ ଗୋଡ ହାତ ବାନ୍ଦି ଦେଇ ବଳକôାର କରିଥିଲେ । ଗୋଟିଏ ଘରେ ତିନି ଘଣ୍ଟା ବନ୍ଦ କରି ରଖିଥଲେ । ମାତ୍ର ଯୁବତୀ ଜଣଙ୍କର ଶଦ୍ଧ ଓ ପାଟି ଶୁଣି ଗ୍ରାମର କେତକ ଯୁବକ ମାନେ ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ପୋଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀ ଜଣଙ୍କ ବନ୍ଦ ଥିବା କୋଠରୀରୁ ଉଦ୍ଦାର କରାଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ପିପିଲି ଏସଡିପିଓ ଖବର ପାଇ ସତ୍ୟବାଦୀ ଥାନାରେ ପହି ସମସ୍ତ ଦିଗ ପ୍ରତି ଅନଧ୍ୟାନ କରୁଥିବା ଜଣାପଡିଛି। ଅଭିଯୁକ୍ତ ଏହି ଘଟଣା ଘଟାଇ ଫେରାର ହୋଇଯାଇଛି। ସୁଚନାଯୋଗ୍ୟ ଯେ ଯୁବକ ଜଣଙ୍କ ଏହିପରି କେତକ କେସ କରିଥିବା ଜଣାପଡିଛି । ଗ୍ରାମରେ ଭୁଲ ମାଗି କେସ ରଫା ଦଫା କରିଥିବା ଶୁଣିବାକୁ ମିଳୁଛି ।
ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


