ଖରସ୍ରୋତ ନଦୀରେ ବୁଡି ଛାତ୍ରୀ ନିଖୋଜ
![]() |
| Bari |
ବରୀ––––––– ଖରସ୍ରୋତା ନଦୀର ଶାଖା ନଦୀ ତନ୍ତିଘାଇରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ଛାତ୍ରୀ ନଦୀ ଗର୍ଭରେ ବୁଡି ଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି । ନିଖୋଜ ଛାତ୍ରୀର ଘର ଏରବାଙ୍କ ପାୟତ ସଖ୍ୟାଲଘୁ ସମ୍ପ୍ରଦାୟ ସାହିର କଲିମୁଦ୍ଦିନଙ୍କ ଝିଅ ସାଇତା ବେଗମ ବୟସ (୧୪)। ସେ ସୁଜନପୁର ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ବୋଲି ଜଣାପଡ଼ିଛି। ରବିବାର ଦିନ ମଧ୍ୟାହ୍ନରେ ଖରସ୍ରୋତା ନଦୀର ତନ୍ତିଘାଇ ଠାରେ ପରିବାରଙ୍କ ସହିତ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ସ୍ରୋତରେ ନଦୀ ଗର୍ଭକୁ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ
ପହି ଖୋଜାଖୋଜି କରିଥିଲେ ମଧ୍ୟ ସାଇତାର କୌଣସି ସନ୍ଧାନ ମିଳିନଥିଲା। ନଦୀର ପ୍ରବଳ ସ୍ରୋତରେ ସାଇତା ଦୂରକୁ ଭାସିଯାଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ତନ୍ତିଘାଇର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିବା ଜଣାପଡିଛି।ଘଟଣ ପ୍ରଘଟ ହେବା ପରେ ଆଖପାଖ ଅଳର ଶତାଧିକ ଲୋକେ ନଦୀକୂଳରେ ଜମା ହୋଇଥିଲେ । ରିପୋର୍ଟ ଲେଖା ହେଲାବେଳକୁ ସାଇତାର କୌଣସି ସନ୍ଧାନ ମିିଳି ନାହିଁ।
ଯାଜପୁର,
ବରୀରୁ –ଦର୍ଶନ ବେହେରାଙ୍କ ରିପୋର୍ଟ
ବରୀରୁ –ଦର୍ଶନ ବେହେରାଙ୍କ ରିପୋର୍ଟ



