 |
| Baragarh |
ବରଗଡ଼---- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅହିଂସା କ୍ଳବ ଓ ଖରାମାଲ ଗ୍ରାମବାସୀଙ୍କ ମିଳିତ ପ୍ରୟାସରେ ଖରମାଲଗାଁରେ ଧୁମଧାମରେ ଆରମ୍ଭ ହୋଇଛି ୧୨ତମ ଦେଶୀ ବିହନ ପର୍ବ । ପାରମ୍ପରିକ ରୀତିନୀତି ଅନୁସାରେ ଆଜି ୧୫ତାରିଖ ଦିନ ଏହି ପର୍ବ ଆରମ୍ଭ ହୋଇଯାଇଥିବାବେଳେ ଏଥିରେ ପ୍ରଥମେ ପାଞ୍ଚଶହ ପ୍ରକାର ଦେଶୀ ଧାନ ଓ ଦୁଇଶହ ପ୍ରକାର ର ପନିପରିବା ବିହନ ପ୍ରଦର୍ଶନ ହେବ। ପ୍ରଥମେ ଗାଈଗୋରୁ ମାନଙ୍କୁ ବିଭିନ୍ନ ପ୍ରକାର ସାଜସଜ୍ଜା କରି ବିଧିକ୍ରମେ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନ ୩ ଟାରୁ ପର୍ଯାୟ କ୍ରମେ ଯୋଗାଚାର୍ୟ୍ଯ ବ୍ୟାସଦେବଙ୍କ ଦ୍ୱାରା ଗୋପୂଜନ,ସନ୍ଧ୍ୟା ୪ଟା ରୁ ଗାବ୍ୟସିଦ୍ଧା ନିରଞ୍ଜନ ପାଣ୍ଡେଙ୍କ ଦ୍ଵାରା ଗୋ ଆଧାରିତ ଚାଷ ଓ ଗୋ ମାହାତ୍ମ୍ୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୫ଟାରୁ ଯୋଗାଚାର୍ୟ୍ଯ ଡ଼ ହରି ଭାଇ ଆର୍ଯ୍ୟନଙ୍କ ଦ୍ଵାରା ଯୋଗ ଓ ଯୋଗ ଚିକିତ୍ସା କାର୍ଯ୍ୟକ୍ରମ ହୋଇଥିଲା। ସନ୍ଧ୍ୟା ୭ଟାରୁ ରେଡ଼ିଓ ଗୀତିକାର ତଥା ନିର୍ଦ୍ଦେଶକ ପଶ୍ଚିମ ଓଡିଶା ଲୋକଧାରା ସଂସ୍କୃତି ଗବେଷକ ତୁଳରାମ କଲେତ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଇଥିଲା। ହଜାର ହଜାର ଚାଷୀମାନଙ୍କ ସମାଗମରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ।ଏହି ଅବସରରେ ବରଗଡ଼,ବଲାଙ୍ଗୀର,ଭବାନୀପାଟଣା ,ସୁନ୍ଦରଗଡ଼, ନୁଆଁପଡା,ନବରଙ୍ଗପୁର ତଥା ଆଖପାଖ ଅଞ୍ଚଳର ବ୍ଲକ ଓ ଗାଁ ଗଣ୍ଡାରୁ ଚାଷୀମାନେ ନିଜନିଜର ଦେଶୀ ବିହନ ଗୁଡିକ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ