 |
| kandhamala |
କନ୍ଧମାଳ----କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ "ଏସଡିଏଏ କପ" ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ମହିଳା ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର,କ୍ଳେଶ ପ୍ରଧାନ, ସ୍ଵପ୍ନେଶ୍ଵର ସାହୁ, ଜୟାନନ୍ଦ ନାୟକ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ପ୍ରମୋଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପାଦକ ଡ଼.ସୁଶାନ୍ତ କୁମାର ଦାସଙ୍କ ସ୍ୱାଗତ ଭାଷଣ ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମହିଳା ଖେଳରେ ସମ୍ବଲପୁର ବନାମ ଭୁବନେଶ୍ୱର ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା,କିନ୍ତୁ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସମର୍ଥ ନ ହେବାରୁ ପେନାଲଟିକ ଗୋଲ ଜରିଆରେ ଭୁବନେଶ୍ୱର ଦଳ ୨-_୧ ଗୋଲରେ ସମ୍ବଲପୁର ଦଳକୁ ପରାସ୍ତ କରି
ଥିଲେ l ଏଥିରେ ସମ୍ବଲପୁର ଦଳରେ ଖେଳୁଥିବା ସୁନେତ୍ରା ଙ୍କୁ ମେନ ଅଫ ଦି ମେଚ ଘୋଷଣା କରି ପୁରସ୍କୃତ କରାଯାଇଥିଲା । ଏହି ଅବସରରେ କନ୍ଧମାଳ ଜିଲ୍ଲାର ୮୦ ଜଣ ବରିଷ୍ଠ କ୍ରୀଡାବିତ ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଖେଳର ଧାରା ବିବରଣୀ ସମ୍ପାଦକ ଡ଼.ସୁଶାନ୍ତ କୁମାର ଦାସ ପ୍ରକାଶ କରିଥିବା ବେଳେ ଶ୍ୟାମ ସୁନ୍ଦର ସାହା, ସରୋଜ ମୁନି,ସତ୍ୟ ନାରାୟଣ ମୁଖି, ସେକ ସାଦିକ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ,ତୀର୍ଥବାସି ଘଡ଼ାଇ, ପ୍ରଶାନ୍ତ କୁମାର ଶତପଥି ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ଫାଇନାଲ ଖେଳ ରବିବାର ଦିନ ଆଠଗଡ ବନାମ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଂସଦର ସମ୍ପାଦକ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା