ଶିକ୍ଷକମାନଙ୍କ ଶିକ୍ଷା ହିଁ ସୃଷ୍ଟି କରେ ମେଧାବୀ ଛାତ୍ରଛାତ୍ରୀ;କେନ୍ଦ୍ରମନ୍ତ୍ରୀ
![]() |
| nilagiri |
ନୀଳଗିରି–––––ନୀଳଗିରି ବ୍ଲକ ଅଧିନସ୍ଥ ବରହମପୁର ଦୀନବଂଧୁ ବିଦ୍ୟାଳୟର ବାଷିର୍କ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଶିକ୍ଷକ ସମାଜ ନିଜର ଶିକ୍ଷା ଉପରେ ଗୁରୁତ୍ବ ଦେଇ ଛାତ୍ରଛତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କଲେ ବହୁ ମେଧାବୀ ଛାତ୍ରଛତ୍ରୀ ବାହାରି ପାରିବେ ବୋଲି ନିଜ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ପ୍ରକାଶ କରିଥିଲେ ।।ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଗୁରୁ ହୋଇ ପ୍ରେରଣାଦାୟକ ହେବା ଦରକାର ବୋଲି ଦିଗ୍ଦର୍ଶନ ଦେଇଥିଲେ । ରାଜ୍ୟପାଳ ପୁରଷ୍କୃତ ପ୍ରାପ୍ତ ଝାଡେଶ୍ବର+୨କଲେଜର ଅଧ୍ୟାପକ ଚିତ୍ତରଂଜନ କୁଣ୍ତୁ ଯୋଗଦେଇ ପ୍ରତ୍ୟେକ ପବିତ୍ର ଶିକ୍ଷାନୁଷ୍ଠା ମାଟି ଗଢା କୁମ୍ବାର ଶାଳ। କୁମ୍ବାର ଯେମିତି କାଦୁଅ ମାଟିକୁ ଗଢି ସୁନ୍ଦର କାରୁକାର୍ଯ୍ୟ କରି ଗଢିତୋଳେ ସେମିତି ଶିକ୍ଷକ ମାନେ ଛାତ୍ରଛତ୍ରୀଙ୍କ ପ୍ରତି ନିପୂଣ କୁମ୍ବାର ହେବା ଦରକାର । ସମ୍ମାନୀତ ଅତିଥି ଭାବେ ନୀଳଗିରିର ବିଧାୟକ ସୁକାନ୍ତ କୁମାର ନାୟକ ଯୋଗଦେଇ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଭିତରେ ସୁସମ୍ପର୍କ ବଜାୟ ରଖିଲେ ଶିକ୍ଷାର ମାନଦଣ୍ତ ନିଶ୍ଚିତ ଭାବେ ବଢିବା ସହିତ ଶିକ୍ଷାର ବିକାଶ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଏହି ବାଷିର୍କ ଉତ୍ସବରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ନୀଳଗିରି ବ୍ଳକର ବିଇଓ ଭାଗିରଥି ଗିରି, ବରହମପୁର ଗ୍ରାମ ପାୟତର ସମିତି ସଭ୍ୟ କୃତିବାସ ବେହେରା,ସାଇ ସାଧନା ଗ୍ରୁପ୍ ଅ‘୍ ଇନ୍ଷ୍ଟିଚ୍ୟୁଟର ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ଯୋଗ ଦେଇ ଥିଲେ। ଉକ୍ତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନିଲ କୁମାର ବେହେରା ବାଷିର୍ିକ ବିବରଣୀ ପାଠ କରିଥିବା ବେଳେ ବିଦ୍ୟାଳର ପ୍ରଧାନ ଶିକ୍ଷକ ବିଶ୍ବନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛତ୍ରୀମାନଙ୍କ ଦ୍ବାରା ଗୀତନାଚ ଆୟୋଜନ ହୋଇଥିବା ବେଳେ ନାନଟକ ସତ୍ୟ ମେବ ଜୟତେ ପରିବେଷଣ କରାଯାଇଥିଲା।
ନୀଳଗିରିରୁ ରତିକାନ୍ତ ପରିଡା



