ଓଷ୍ଟା ପକ୍ଷରୁ ଦୁଲମପୁର ହାଇସ୍କୁଲରେ ଶିଶୁ ମେଳା ଉତ୍ସବ, ଶିଶୁ ହସିଲେ ଜଗତ ହସିବ
![]() |
| Baragarh |
ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଦୁଲମପୁର ସମିତି ସଭ୍ୟା ଅନୁପମା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସ୍କୁଲ ପରିଚାଳନା କମିଟିର ସଭାପତି ଡି ଭି ରାଓ,କଳାପାଣି ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ସାହୁ,ସାରସ୍ୱତ ଯୁକ୍ତ ଦୁଇ ଜୁନିୟର କଲେଜର ଓଡ଼ିଆ ଅଧ୍ୟାପକ ସୁଶ୍ରୀୟା ନାଏକ ଓ ସ୍କୁଲର ପ୍ରଧାନ ଶିକ୍ଷକ ସଂଜୀବ କୁମାର ଦାଶ ସମ୍ବାନୀତ ଅତିଥିଭାବେ ମଞ୍ଚସିନ ଥିଲେ। ଉଦଜାପନୀ ଉତ୍ସବରେ ଅତାବିରା ଓଷ୍ଟା ସଭାପତି ତଥା ଅତାବିରା ଉଚ୍ଚ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା । ଉତ୍ସବର ମୁଖ୍ୟ ଅତିଥି ରାଧାଚରଣ ସାହୁ ଯୋଗ ଦେଇଥିବାବେଳେ ଦୁଲମପୁର ସରପଞ୍ଚ ଲୋପାମୁଦ୍ରା ମହାକୁର,ସମିତି ସଭ୍ୟା ଅନୁପମା ପ୍ରଧାନ,ସ୍କୁଲ କମିଟି ଅଧ୍ୟକ୍ଷ ଡି ଭି ରାଓ,କୁବେର ବାରିକ,ଯୁବ ପ୍ରତିଭା ନର୍ସିଂ ମୂର୍ତ୍ତି,ଓଷ୍ଟା ରାଜ୍ୟ କାର୍ୟ୍ଯ କାରିଣୀ ସଦସ୍ୟ ଆନନ୍ଦ ସାହୁ,ଓଷ୍ଟା ସଂପାଦକ ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ ସମ୍ବାନୀତ ଅତିଥିଭାବେ ଯୋଗଦାନ କରିଥିଲେ।ଶିକ୍ଷକ ବଳରାମ ସାହୁ ମଞ୍ଚ ପରିଚାଳନା ସହ ସଂଯୋଜକ କରିଥିବାବେଳେ ଓଷ୍ଟା ସଂପାଦକ ସଚ୍ଚିଦାନନ୍ଦ ପ୍ରଧାନ ଉଦ୍ଧେଶ୍ୟ ଜ୍ଞାପନ ସହ ବାର୍ଷିକ ବିବରଣୀ ପଠନ କରିଥିଲେ।ଏହି ଉତ୍ସବରେ ଓଷ୍ଟା ପକ୍ଷରୁ ଅଵସର ପ୍ରାପ୍ତ ଶିକ୍ଷକ ଶାନ୍ତନୁ କୁମାର ଭୋଇ,ସତ୍ୟାନନ୍ଦ ପଧାନ, ବାହାଦୂର ସାହୁ,ତ୍ରିନାଥ ମହାକୁର ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ୧୦ଟି ବିଭାଗର ପ୍ରତିଯୋଗିତାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।ଯଥା ତର୍କରେ ଶୁଭଶ୍ରୀ ପ୍ରଧାନ, ଅମୃତା ପଣ୍ଡା,ସୌମ୍ୟା ଛନ୍ଦ,କବିତା ଲିଖନରେ ଆଲୋକ ତୋରା, ଗାୟତ୍ରୀ ଛନ୍ଦ,ସମୀର ଭୋଇ,ଗଳ୍ପ ଲିଖନରେ ଲିପି ମହାପାତ୍ର,ସୀତା ପ୍ରଧାନ,ଖୁସିରାଣୀ ପ୍ରିୟ ଦର୍ଶିନୀ ସାହୁ,ସାଧାରଣ ଜ୍ଞାନରେ ଅମିୟ ଗଡ଼ତିଆ,ନୈମିଶ କର୍ଣ,ରୁଚିକା ବାରିକ,ବୁଦ୍ଧି ପରୀକ୍ଷାରେ ସନ୍ଦୀପ ବିଶ୍ୱାଳ,ସମ୍ବିତ ସାହୁ,ତରୁଣ କଠାର,ରିମା ମହାକୁଡ଼,କିରଣ ସେଟ, ସୁପ୍ରିତୀ ବାରିକ,କଣ୍ଠ ସଂଗୀତ ସୁଶ୍ରୀ ଶ୍ରେୟାସିଂ ମହାପାତ୍ର,ସଞ୍ଜନା ବାଗ,ଚିତ୍ରାଙ୍କନରେ ଆଶାରାଣୀ ଭୋଇ,ଲୋକେଶ୍ୱର ଭୋଇ,ମନୀଷା ଭୋଇ,ଏକକ ଅଭିନୟରେ ସ୍ମିତା ହାଡୀ,ମାମୁନି ସେଟ, ଖିରେଶ୍ୱରୀ ସାହୁ,କଣ୍ଠ ସଙ୍ଗୀତରେ ଟିକେଶ୍ୱରୀ ମହାପାତ୍ର ପ୍ରମୁଖ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।ଏହି ସମସ୍ତ ପୁରସ୍କାର ପାରିଜାତ ଏଗ୍ରୋ କେୟାର ପ୍ରୋପାଇଟର ସଂଜୀବ ପାରିଜା ପକ୍ଷରୁ ପ୍ରଦାନ କରାଯାଇଥିଲା।ମୋହନ ସାହୁ,ସୁଶ୍ରୀୟା ନାଏକ,ଡା ନିସିଥ ମହାପାତ୍ର,କୈଳାସ ସେଟ,ମନୋଜ ପ୍ରଧାନ, ସୁବାସ ପ୍ରଧାନ,ଲକ୍ଷ୍ମୀନାରାୟଣ ଭୋଇ,ଅଞ୍ଚଳ ସେଟ,ସଂଜୀବ ମହାପାତ୍ର,ବଲ୍ଲବ ଗୁରୁ,ମନୋଜ ଭୋଇ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।ମନୋନୀତ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ସାହୁ,ଓକିଲ ପ୍ରଧାନ, ଯାଦବ ପ୍ରଧାନ,ଅଶ୍ୱିନୀ ପ୍ରଧାନ,ଲବ ସାହୁ,ସୁବାଷ ଗରଡ଼ିଆ,ଲଳିତ ଗଡ଼ତିଆ,ଓଷ୍ଟାର ସମସ୍ତ ସଦସ୍ୟ,ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ତଥା ଗ୍ରାମବାସୀ ସହଯୋଗ କରିଥିବାବେଳେ ସ୍କୁଲର ପ୍ରଧାନ ଶିକ୍ଷକ ସଂଜୀବ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ଵଦିପ ଅଗ୍ରୱାଲ....



