ବେଗୁନିଆ ଅଞ୍ଚଳରେ ବେଆଇନ ପଥର ଚୋରା ଚାଲାଣ,ପ୍ରଶାସନ ନିରବ
ବେଗୁନିଆ---- ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ବେଆଇନ ପଥର ଦିନ ଦ୍ୱିପହରରେ ପଥର ଚାଲାଣ ହେଉଥିବା ଅଭିଯୋଗ ମାନ ହେଉଛି । ବେଗୁନିଆ ତହସିଲଦାର କେବଳ ହାତ ଗଣତି ଚଢାଉ କରି ନିଜର ପାରିବା ପଣିଆକୁ ଦେଖାଉଛନ୍ତି ବୋଲି ଲୋକମାନେ କହନ୍ତି । ବହୁ ସମୟରେ ଦିନ ହେଉ ବା ରାତି ସମୟରେ ବେଆଇନ ମୋରମ,ପଥର ଓ ବାଲି ଚାଲାଣ ହେଉଥିବାର ବହୁ ନଜିର ରହିଛି । ପ୍ରଶାସନ ପକ୍ଷରୁ ଏହି ମୋରମ, ବାଲି ଓ ପଥରକୁ ଚୋରିକୁ ରୋକିବା ଉଦ୍ଦେଶ୍ୟରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦୃଢ ଦାବୀ ହେଉଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


