ସହଯୋଗ ତାଲିମ ଶିବିର-୨
ବେଗୁନିଆ----- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ କ୍ଲଷ୍ଟରରେ ସିଆରସିସି ରବୀନ୍ଦ୍ର ନାଥ ସାହୁଙ୍କ ତତ୍ୱବଧାନରେ ଶିକ୍ଷା ଅଭିଯାନ ପକ୍ଷରୁ ସହଯୋଗ ତାଲିମ ଶିବିର-୨ ସ୍ଥାନୀୟ ସରକାରୀ ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ତାଲିମ ଶିବିରରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର ଅତିଥି ଭାବରେ ଯୋଗ ଦେଇ ପରିଚାଳନା କମିଟି ଓ ଶିକ୍ଷକଙ୍କ ମଧ୍ୟରେ ସମନ୍ୱୟ ଭାବ ରହିଲେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ହେବା ସହ ସରସ ସୁନ୍ଦର ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । କ୍ଲଷ୍ଟରର ମୋଟ ୭ ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟ,ସଭ୍ୟା ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ଶୁକ୍ଳ,ଯୁଧିଷ୍ଠିର ହୋତା ଓ ସମାଜସେବୀ କୁଞବିହାରୀ ମହାପାତ୍ର ପ୍ରମୁଖ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


