 |
| konark |
କୋଣାର୍କ -----ସମୁଦ୍ରର ଗର୍ଭରୁ ଭାସିଆସୁଥିବା ଜୁଆରର ଗର୍ଜନ ସାଙ୍ଗକୁ କୁଶଭଦ୍ରା ନଦୀର ସ୍ଥିର ଜଳରାଶି ଓ ବାଲୁଖଣ୍ଡ ଅଭୟାରଣ୍ୟର ସୁ ସୁ ଶଦ୍ଧର ରୋମାଞ୍ଚକର ଅନୁଭୁତି ମଧ୍ୟରେ ରାତ୍ରିରହଣିର ମଜା ଉଠାଉଛନ୍ତି ପର୍ଯ୍ୟଟକ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗସ୍ଥିତ ସାହୁଖଣତାଠାରେ ବଙ୍ଗୋପାସାଗର ସହିତ ମିଶିଥିବା କୂଶଭଦ୍ରା ନଦୀଶଜ୍ୟାର ମଧ୍ୟ ଭାଗରେ ପଞ୍ଚ ତାରକା ହୋଟେଲ ପରି ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧନିକ ଶୀତତାପ ନିୟନ୍ତ୍ରୀତ ସ୍ୱତନ୍ତ୍ର ତମ୍ବୁ ଗୃହ ନିର୍ମାଣ କରାଯାଇଛି । । ଉତ୍ସବ ସ୍ଥଳକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଫୁଡ ବଜାର, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀର ବଜାର ଲାଗି ଥିବା ବେଳେ ମୃଦୁ ପାନୀୟର ବାର ମାନ ଖୋଲା ଯାଇଛି । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି । ୨୧ ତାରିଖରେ ଇଣ୍ଡିଆନ ଓସେନ, ୨୫ତାରିଖରେ ହର୍ଶଦୀପ କୁମାର, ୩୦ ତାରିଖରେ ମମି ଖାନ, ଯାନୁୟାରୀ ୪ତାରିଖରେ ବେନି ଦୟାଳ, ୧୧ ତାରିଖରେ ପାନୋ, ୧୮ ତାରିଖରେ ଦିବ୍ୟ କୁମାର, ୨୩ ତାରିଖରେ ସଲିମ ସୁଲେମାନ, ୩୧ ତାରିଖରେ କ୍ରିଷ୍ଣା ବେଉରା ମିୟୁଜିକାଲ ଗୃପ ପକ୍ଷରୁ ସନ୍ଧ୍ୟା ୬ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଷ୍ଟାର ନାଇଟ ଆୟୋଜନ କରାଯିବ । ପଞ୍ଚମ ସନ୍ଧ୍ୟାରେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ପର୍ଯ୍ୟଟକ ମାନେ ରାତିରେ ସମୁଦ୍ର କୂଳରେ ବସିବା ସହ ବିଭିନ୍ନ ଖାଦ୍ୟର ମଜା ଉଠାଉଥିବାର ଦେଖାଯାଇଛି ।

କୋର୍ଣାକରୁ ଅଜିତ କୁମାର ମଲିକ