ବ୍ରାହ୍ମଣୀ ନଦୀରେ ବୁଡିଯାଇ ଯୁବକର ମୃତ୍ୟୁ
ବରୀ ---- ରାମଚନ୍ଦ୍ରପୁରଥାନା ଅନ୍ତର୍ଗତ ଚନ୍ଦନପୁର ବ୍ରାହ୍ମଣୀ ନଦୀଘାଟ ନିକଟରେ ଜୈନେକ ଯୁବକ ବୁଡିଯାଇ ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ବରୀ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୨୩/୨୦୧୯ ରୁଜ ୁକରାଯାଇଛି । ଜଣାଯାଇଛି ଯେ ଅନ୍ୟାସୀପୁର ଗ୍ରାମର ବିଦ୍ୟାଧର ସାହୁଙ୍କ ପୁଅ ରାଜ କିଶୋର (୨୯) ଶୁକ୍ରବାର ବ୍ରାହ୍ମଣୀ ନଦୀର ଚନ୍ଦନପୁର ଘାଟ ନିକଟକୁ ଶୈାଚ ହେବାକୁ ଆସି ନଦୀ ପାଣିରେ ଗୋଡ ଖସି ଯିବାରୁ ବୁଡିଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିସେବା କେନ୍ଦ୍ର କର୍ମଚାରୀ ସ୍ଥାନୀୟ ଲୋକେ ପହଂଚି ରାଜ କିଶୋରକୁ ଉଦ୍ଦାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସେଠାରେ ରାଜ କିଶୋରକୁ ମୃତ ବୋଲି ଘୋଷଣା କରିଥିଲେ । ପରେ ପୋଲିସ ବରୀ ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି ।
ଯାଜପୁର, ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର, ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ


