ଶାରୀରିକ ଶିକ୍ଷା ନୀରିକ୍ଷକଙ୍କ କାରାନାମି ଏବେ ପଦାକୁ ଆସିଛି, ଛାତ୍ରୀ ଙ୍କୁ ଅଶାଳୀନ ବ୍ୟବହାର
ବରଗଡ଼ --- ବାଡ଼ ଖାଉଛି କ୍ଷେତ......ଫସଲକୁ ସୁରକ୍ଷା ଦେବାପାଇଁ ବାଡ଼ ଦିଆଯାଇଥାଏ।ଏଇ ବାଡ଼ ଯୋଗୁଁ ହିଁ ଫସଲ ସୁରକ୍ଷିତ ରହିଥାଏ।କିନ୍ତୁ ଏହି ବାଡ଼ ନିଜେ ଫସଲ ହାନିର କାରଣ ହୁଏ ତେବେ ବିନାଶ ସୁନିଶ୍ଚିତ।ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ଜିଲ୍ଲା ଶିକ୍ଷା ଶାରିରୀକ ନିରୀକ୍ଷକ ଅଧିକାରୀଙ୍କ କ୍ଷେତ୍ରରେ।ବରଗଡ଼ ଜିଲ୍ଲାର ଶାରୀରିକ ନିରୀକ୍ଷକ ତ୍ରୈଲୋକ୍ୟ ନାଏକ କିଛିଦିନ ପୂର୍ବରୁ ବରଗଡ଼ ସହରର ଦୁଇଟି ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ୱରକୁ ଗୋଟିଏ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିଲେ।ଉକ୍ତ କାର୍ଯ୍ୟକ୍ରମ ସରିବା ପରେ ସମସ୍ତେ ବସରେ ଫେରୁଥିଲେ।ଏହି ସମୟରେ ଶ୍ରୀ ନାଏକ ଛାତ୍ରୀମାନଙ୍କୁ ଆଶାଳୀନ ବ୍ୟବହାର କରିଥିଲେ।ଛାତ୍ରୀମାନେ ଏହାର ପ୍ରତିବାଦ କରିବାରୁ,ସେ ଏକଥା କାହାକୁ ନ କହିବାକୁ ଧମକ ମଧ୍ୟ ଦେଇଥିବାର ଅଭିଯୋଗ ହୁଏ।କିଛିଦିନ ପୂର୍ବରୁ ମଧ୍ୟ ଏପରି ଏକ ସଙ୍ଗିନ ଅଭିଯୋଗ ତ୍ରୈଲୋକ୍ୟ ନଏକଙ୍କ ନାଁ ରେ ହେଇଥିଲା।ଶ୍ରୀ ନାଏକ କେତେକ ଛାତ୍ରଙ୍କୁ ନେଇ କୁମେଲସିଙ୍ଘା ସ୍ଥିତ ସିଦ୍ଧାର୍ଥ ପବ୍ଲିକ ଯାଇଥିଲେ।ସେଠାରୁ ଫେରୁଥିବା ବେଳେ ସେ ଉକ୍ତ ଛାତ୍ରଙ୍କୁ ଯୌନନିର୍ଯାତନା ଦେଇଥିବାର ଅଭିଯୋଗ ହୋଇ ଛାତ୍ରମାନେ ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଘଟଣାକୁ ଚାପି ଦିଆଯାଇଥିଲା।ବରଗଡ଼ ସହରର ଏକ ସରକାରୀ ଶିକ୍ଷାଅନୁଷ୍ଠାନର ପରିଚାଳନା କମିଟିର ସଭାପତି ଅଭିମନ୍ୟୁ ପଧାନ ଏହି ଘଟଣାର ତଦନ୍ତ କରିବା ପାଇଁ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଯୋଶୀଙ୍କ କହିବା ଅନୁଯାୟୀ,ଏହି ଅଭିଯୋଗର ତଦନ୍ତ କରାଯିବ।ଯଦି ସଂପୃକ୍ତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଶିକ୍ଷା ଅଧିକାରୀ ମାନଙ୍କ ବିରୋଧରେ କିଛି ଲେଖିଲେ ସେମାନେ ପରୋକ୍ଷରେ ଧମକ ଦେଲାପରି କଥା କରିଥାନ୍ତି । ଏମାନେ ହୋଉଛନ୍ତି ଜିଲ୍ଲାର ସବୋସର୍ବା ବୋଲି
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.....


