ନିଖୋଜ ମହିଳାଙ୍କ ଶବ ମିଳିଲା ହତ୍ୟା ସନ୍ଦେହ
ଯାଜପୁର ଜିଲ୍ଲା ବରୀବ୍ଲକଅନ୍ତର୍ଗତ ରତଳାଙ୍ଗ ଗ୍ରାମପଞ୍ଚାୟତ ମଠସାହି ଗ୍ରାମର ଲକ୍ଷ୍ମୀଧର ସାମଲଙ୍କ ପତ୍ନୀ କବିତା ଶୁକ୍ରବାର ନିଜ ଶାଶୁଘର ସାମ୍ନା ପୋଖରୀରୁ ମୃତ ଅବସ୍ଥାରେ ଉଦ୍ଦାର କରାଯାଇଛି । । ବିଂଝାରପୁର ପୋଲିସ ଏନେଇ ଏକ ମାମଲା ୩୫୯/୧୯ରେ ଦଫା ୪୯୮(ଏ),୩୦୨,୩୦୪ (ବି),୨୦.୩୪ ଆଇପିସି,୪ ଡି,ପି ରେ ତଦନ୍ତ ଜାରି ରଖିଛି । ଶବକୁ ଜବତ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ପ୍ରକାଶ ଥାଉକି ବୁଧବାର ସକାଳୁ କବିତା ନିଖୋଜ ଥିବା ଥାନାରେ ସ୍ୱାମୀ ଲକ୍ଷ୍ମୀଧର ଅଭିଯୋଗ କରିଥିଲେ । କବିତାକୁ ମାରି ଦିଆଯାଇ ଶାଶୁ ଘରଲୋକେ ଲୁଚାଇ ଦେଇଥିବା କବିତାର ମା ଜ୍ୟୋସ୍ନାରାଣୀ ବରାଳ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜକୁ ୩ ବର୍ଷ ତଳେ ଯାଜପୁର ସଦର ଥାନା ଅଧିନ ଶିମିଳିଆ ଗ୍ରାମର ଜ୍ୟୋସ୍ନାରାଣୀଙ୍କ ଝିଅ କବିତା ବୈଦିକ ରିତିରେ ବରୀ ବ୍ଲକ ଅଧିନ ରତଳାଙ୍ଗ ପଂଚାୟତ ମଠସାହି ଗ୍ରାମର ଲକ୍ଷ୍ମୀଧରକୁ ବିବାହ କରିଥିଲେ । ବିବାହ ସମୟରେ ଦାବୀ ମୁତାବକ ଯୈ÷ାତୁକ କବିତାର ବାପଘର ଲୋକେ ଦେଇଥିଲେ । କିଛି ଦିନ କବିତା ଓ ଲକ୍ଷ୍ମୀଧରଙ୍କ ବୈବାହିକ ଜୀବନ ହସ ଖୁସିରେ କଟିଥିଲାବେଳେ ଅଧିକ ଯୈ÷ାତୁକ ଦାବୀରେ କବିତାର ସ୍ୱାମୀ ଓ ଶଶୁର ଶାରିରିକ ମାନସିକ ନିର୍ଯ୍ୟାତନା ଦେଉଥିଲେବୋଲି କବିତାର ମା ଅଭିଯୋଗରେ ଦର୍ଶାଇଛି । ଗତ ୧୦ ତାରିଖ ରାତିରେ ନିଜ ମା ଜ୍ୟୋସ୍ନାରାଣୀଙ୍କୁ ଫୋନକରି କବିତା ମୋତେ ଆସି ନେଇଯାଅ ନଚେତ ସେମାନେ ମୋତେ ଜୀବନରୁ ମାରି ଦେବେ ବୋଲି କହିଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ବୁଧବାର ସକାଳୁ କବିତାର ସ୍ୱାମୀ ଲକ୍ଷ୍ମୀଧର ଫୋନକରି ନିଜ ଶାଶୁ ଜ୍ୟୋସ୍ନାରାଣୀଙ୍କୁ ତୁମ ଝିଅ ନିଖୋଜ ହୋଇଯାଇଥିବା ଜଣାଇଥିଲେ । ଖବର ପାଇ ମଠସାହିରେ ଆସି ପରିବାର ସହ ପହଞ୍ଚି ମୋ ଝିଅ କବିତାକୁ ପାଇଲୁ ନାହିଁ । ପାରିପାଶ୍ୱର୍ିକ ଅବସ୍ଥାକୁ ଲକ୍ଷ୍ୟକରି ମୋ ଝିଅ କବିତାକୁ ଜୀବନରୁ ମାରି ଦିଆଯାଇ ତା ଶବକୁ ଲୁଚାଇ ରଖିଥିବା ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଶୁକ୍ରବାର ପୋଖରୀରୁ କବିତାର ଶବ ଭାସୁଥିବା ଅବସ୍ଥାରେ ଥାନା ଅଧିକାରୀ ଶିବ ଚନ୍ଦ୍ର ବେହେରା,ବରୀ ଭାରପ୍ରାପ୍ତ ତହସିଲଦାର ପୁଷ୍ପଶ୍ରୀ ସାଣ୍ଡିଲ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଦାର କରିଥିଲେ । ଘଟଣାସ୍ଥଲରେ କବିତାର ଶାଶୁଘର ଲୋକେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ । ପରେ ଏନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲକ୍ଷ୍ମୀଧର ଓ କବିତାର ଯା କୁ ପୋଲିସ ଥାନାରେ ଅଟକ ରଖି ଅଧିକ ଜେରା କରୁଥିବା ଜଣାପଡିଛି ।
ଯାଜପୁ. ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁ. ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ


