 |
| Konrak |
କୋଣାର୍କ ------ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ଠାରେ ଆରମ୍ଭ ହୋଇଥିବା ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ-୨୦୧୯ ଉତ୍ସବର ଆଜି ହେଉଛି ତୃତୀୟ ଦିବସ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ବଙ୍ଗୋପସାଗରର ସମୁଦ୍ର କୂଳରେ ନିର୍ମିତ ହୋଇଛି ଅତ୍ୟାଧୁନିକ ଟେଣ୍ଟ ଭିଲେଜ । ଏହି ଇକୋ ରିଟ୍ରିଟ ଭିଲେଜ ମଧ୍ୟରେ ପଞ୍ଚ ତାରକା ହୋଟେଲ ପରି ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧନିକ ଶୀତତାପ ନିୟନ୍ତ୍ରୀ ସ୍ୱତନ୍ତ୍ର ତମ୍ବୁରେ ଗୃହ ନିର୍ମାଣ କରାଯାଉଛି । ଏହି ଇକୋ ରିଟ୍ରିଟ ଭିଳେଜରେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକମାନେ ଚାହା, କଫି, ସ୍ନାକ୍ସ, ମଧ୍ୟାହ୍ନ ଭୋଜନ, ରାତ୍ରଭୋଜନ, ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ପାରାସେଲିଙ୍ଗ୍ ପାରାମାଉଣ୍ଟିଙ୍ଗ, ଏଟିଭି, ଆରଚେରୀ, ରାଇଫଲ ସୁଟିଙ୍ଗ, ବାଇସାଇକଲ ଚାଳନା, ବିଚ୍ ଭଲି, ଜରବିଙ୍ଗ, ୱାଟର ରୋଲର, ଟ୍ରାମ୍ପପୋଲିନର ମଜା ନେଉଛନ୍ତି । ଏତଦବ୍ୟତିତ ଉତ୍ସବ ସ୍ଥଳକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଫୁଡ ବଜାର, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀର ବଜାର ଲାଗି ଥିବା ବେଳେ ମୃଦୁ ପାନୀୟର ବାର, ମୀନା ବଜାର ମଧ୍ୟ ଖୋଲା ଯାଇଛି । ଉତ୍ସବ ସ୍ଥଳକୁ ସଂଯୋଗ କରରୁଥିବା ବୋଲାମାର୍ଗରେ ଦିନ ୯ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଣାର୍କ ଓ ପୁରୀ ଆଡକୁ ଏକ କିଲୋ ମିଟର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକେ ଯାନବାହାନ ରଖି ଉତ୍ସବ ସ୍ଥଳକୁ ଆସୁଥିବାରୁ ଟ୍ରାଫିକ ସମସ୍ୟା ଉଦବେଗଜନକ ହୋଇପଡିଥିବା ବେଳେ ପୋଲିସ ପକ୍ଷରୁ କୌଣସି ସୂରକ୍ଷା ବ୍ୟବସ୍ତା କରାଯାଇନଥିବା ଦେଖିବାକୁ ମିଳୁଛି ।
କୋଣାର୍କରୁ ଅଜିତ କୁମାର ମଲିକ