ଅବସରପ୍ରାପ୍ତ କୃଷି ଅଧିକାରୀଙ୍କ ପରଲୋ
ବେଗୁନିଆ---- ବେଗୁନିଆ ଥାନା ଅନ୍ତର୍ଗତ ଶାମୁକାପାଟଣା ଗ୍ରାମର କାହ୍ନୁ ଚରଣ ପାଣିଗ୍ରାହୀ(୭୦)ଙ୍କ ପରଲୋକ ଘଟିଯାଇଛି । ସେ ଓଡିଶାର ବିଭିନ୍ନ କୃଷି ଜିଲ୍ଲାରେ କୃଷି ବିଶେଷଜ୍ଞ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ହେବା ସହ ସେ ଜୀବନର ଶେଷ ପର୍ଯ୍ୟନ୍ତ ସାଲତରା ସ୍ଥିତ ଗୁରୁକୁଳ ଶିକ୍ଷା ନିକେତନରେ ଉପସଭାପତି ଭାବରେ କାର୍ଯ୍ୟ କରି ଆସୁଥିଲେ । ସେ ଜଣେ ମେଳାପି , ସଚ୍ଚୋଟ ଓ ପରୋପକାରୀ ଲେକଥିଲେ । ଗ୍ରାମ ଶ୍ମଶାନରେ ତାଙ୍କ ଶବ ସତ୍କାର କରାଯାଇଥିବା ବେଳେ ବଡପୁଅ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା


