 |
| nilgiri |
ନୀଳଗିରି------ଆମ ରାଜ୍ୟରେ ଯୈାନ ପିପାଷୁଙ୍କ କବଳରୁ ରକ୍ଷା କରି ହେଉନାହିଁ ନାବାଳିକା ମାନଙ୍କୁ । ପ୍ରତିଦିନ ସକାଳେ ଖବର ପୃଷ୍ଠା ଖୋଲି ଦେଲେ କେଉଁଠି ନା କେଉଁଠି ନାବାଳିକାକୁ ଦୁଷ୍କର୍ମ ଖବର ଦେଖିବାକୁ ମିଳୁଛି । ସ୍ୱାଧିନତାର ୭୨ବର୍ଷ ପରେ ବି ନାରୀ ଆଜି ଅସୁରକ୍ଷିତ । ସେଥିପାଇଁ କଥାରେ ଅଛି ରାତି ଅଧରେ ଜଣେ ନାରୀ ଯଦି ସ୍ୱାଧିନ ଭାବେ ରାଜରାସ୍ତାରେ ବୁଲି ପାରିଲା ତେବେ ଦେଶ ପ୍ରକୃତ ସ୍ୱାଧିନତା ପାଇଲା ବୋଲି ଆମେ ଜାଣିବା । ଦେଶ ସ୍ୱାଧିନ ହୋଇଛି ସତ ମାତ୍ର ଆଜିବି ନାରୀ ନିଜକୁ ଅସୁରକ୍ଷତ ମଣୁଛି । ହାଇଦ୍ରାବାଦରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ସେଠାକାର ପୋଲିସ ଯେଉଁ ଭଳି ଦଣ୍ଡ ପ୍ରଦାନ କଲା ତାହା ସ୍ୱାଗତ ଯୋଗ୍ୟ । ମାତ୍ର ଓଡିଶାରେ ସେହିଭଳି ନ୍ୟାୟ ଯଦି କରାଯାଇ ପାରନ୍ତା ତେବେ ନାରୀ ମାନଙ୍କୁ କରାଯାଉଥିବା ଦୁଷ୍କର୍ମ କିଛି ମାତ୍ରରେ କମିଯାଆନ୍ତା ବୋଲି ଜନସଧାରଣରେ ଚର୍ଚ୍ଚା ହେଉଛି ।ଏଭଳି ଏକ ଘଟଣା ଘଟିଛି ନୀଳଗିରି ଥାନା ଅଧିନସ୍ଥ ଗୁଡିଖୋଳା ଗ୍ରାମରେ । ପ୍ରଥାନୁଯାଇ କରମାପୂଜା ଚାଲିଥିବା ବେଳେ ଗ୍ରାମର ସମସ୍ତ ଲୋକ ନାଚଗୀତରେ ମାତିଥିଲେ । ଏହାର ସୁଯୋଗ ନେଇ ସେହି ଗ୍ରମାର ଜୈନିକ ବିବାହିତା ଯୁବକ ବୁଦ୍ଧିଆ ସିଂ(୨୮)ଘରେ ଏକୁଟିଆ ରହୁଥିବା ଆଦିବାସୀ ଭିନ୍ନକ୍ଷମ ନାବାଳିକା ଝିଅକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବାର ପରିବାର ପକ୍ଷରୁ ନୀଳଗିରି ଥାନାରେ ଅଭିଯୋଗ କରାଯାଇଛି । ବିବରଣୀରୁ ପ୍ରକାଶ ଯେ ବୁଦ୍ଧିଆ ଦୁଷ୍କର୍ମ କରି ଘରୁ ବାହାରି ପଳାଇଆସୁଥିବା ବେଳେ ପୀଡିତାର ମା ଅପରାହ୍ନରେ ପହଞ୍ôଚ ଦେଖିବାକୁ ପାଇଥିଲେ । ଘଟଣା ବାବଦରେ ଝିଅକୁ ପଚାରି ବୁଝିବାରୁ ଝଅ ସବୁ କଥା ମା ପାଖରେ କହିବା ପରେ ଗ୍ରାମବାସୀ ଏବଂ ପରିବାର ଲୋକ ଅଭିଯୁକ୍ତ ବୁଦ୍ଧିଆକୁ ପଚାରିଥିଲେ । ଅଭିଯୁକ୍ତ ଜଣଙ୍କ ଝିଅର ବାପାଙ୍କୁ ଜୀବନରୁ ମାରି ଦେବା ପାଇଁ ପାଲଟା ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି । ନିରୁପାୟ ହୋଇ ଝିଅର ବାପା ନୀଳଗିରି ଥାନାରେ ଆଶ୍ରୟ ନେଇଥିଲେ ।ମାତ୍ର ନୀଳଗିରି ଆଇଆଇସି ମୀନତୀ ବିଶ୍ୱାଳ ଏକ ୩୨୮/୧୯ନମ୍ବରେ ମାମଲା ରୁଜୁ କରି ଅଭିଯୁକ୍ତ ବୁଦ୍ଧିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ନୀଳଗିରିରୁ ରତିକାନ୍ତ ପରିଡା