 |
| J Sehti |
ପୁରୀ---- ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୋଲିସ ଡ଼ିଜି ଶ୍ରୀ ଅଭୟ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଛନ୍ତି। ଡ଼ିଜି ପଦବୀ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ପୁରୀ ଆସି ଡ଼ିଜି ଶ୍ରୀ ଅଭୟ । ଚତୁର୍ଦ୍ଧାମୂର୍ତି ଙ୍କ ଦର୍ଶନ କରିଛନ୍ତି। ସକାଳ ୭ଟା ରେ ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ପୋଲିସ ଡ଼ିଜି ପହଞ୍ଚିବା ପରେ ପୁରି ଏସପି ଉମା ଶଙ୍କର ଦାସ ତାଙ୍କୁ ସ୍ବାଗତ କରି ଶ୍ରୀମନ୍ଦିର ଭିତରକୁ ନେଇ ଥିଲେ। ନୂତନ ଡ଼ିଜି ଶ୍ରୀ ଅଭୟ ମହାପ୍ରଭୁଙ୍କ ଦର୍ଶନ ସମେତ ଶ୍ରୀମନ୍ଦିର ଅନ୍ୟ ଦେବା ଦେବୀ ମନ୍ଦିର ଯାଇ ଠାକୁର ଙ୍କ ଦର୍ଶନ କରିଥିଲେ। ଠାକୁର ଙ୍କ ଦର୍ଶନ ପାଇ ବେଶ ଆନନ୍ଦିତ ହୋଇ ଥିଲେ ନୂତନ ଡ଼ିଜି ।